ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁନର୍ବାର ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ


ଭାରତ –ରୁଷିଆ ସ୍ୱତନ୍ତ୍ର ଏବଂ ବିଶେଷ ମାନ୍ୟତା ବହନ କରୁଥିବା ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ନିମନ୍ତେ ବ୍ୟକ୍ତ କଲେ ପ୍ରତିବଦ୍ଧତା

ରୁଷିଆର ବର୍ତ୍ତମାନର ବ୍ରିକ୍ସ ସଂଗଠନ ଅଧ୍ୟକ୍ଷତା ଅବଧି ପାଇଁ ପ୍ରଧାନମନ୍ତ୍ରୀ ଜଣାଇଲେ ବଧେଇ

प्रविष्टि तिथि: 05 JUN 2024 10:08PM by PIB Bhubaneshwar

ରୁଷିଆ ରାଷ୍ଟ୍ରପତି ମହାମହୀମ ଶ୍ରୀ ଭ୍ଳାଦିମିର ପୁଟିନଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।
ଦେଶରେ ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କର ସଫଳତା ଏବଂ ତୃତୀୟ ଥର ପାଇଁ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ନିମନ୍ତେ ରାଷ୍ଟ୍ରପତି ଶ୍ରୀ ପୁଟିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ଉଭୟ ନେତା ସହମତ ପ୍ରକଟ କରିଛନ୍ତି ଯେ ମିଳିତ ଭାବ ସେମାନେ ସମସ୍ତ କ୍ଷେତ୍ରରେ ଭାରତ- ରୁଷିଆ ସ୍ୱତନ୍ତ୍ର ଏବଂ ବିଶେଷ ମାନ୍ୟତା ବହନକାରୀ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ସହିତ ଆଗକୁ ଆଗେଇ ନେବା ନିମନ୍ତେ କାର୍ଯ୍ୟ କରିବେ ।
ରୁଷିଆ ଅଧ୍ୟକ୍ଷତାରେ ୨୦୨୪ ମସିହାରେ ବ୍ରିକ୍ସ ସଂଗଠନର କାର୍ଯ୍ୟ ଜାରି ରହିଥିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।
ଉଭୟ ନେତା ନିୟମିତ ଭାବରେ ପରସ୍ପର ସହିତ ସମ୍ପର୍କରେ ରହିବେ ବୋଲି ସହମତ ହୋଇଛନ୍ତି ।

SS

 


(रिलीज़ आईडी: 2023153) आगंतुक पटल : 67
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam