ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟରେ ୮ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ୮୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ


ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ନିମନ୍ତେ ୧୯୭୮ ନାମାଙ୍କନ ପତ୍ର ଦାଖଲ

Posted On: 18 MAY 2024 3:36PM by PIB Bhubaneshwar

୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୮୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଏଥିରେ ଜାମ୍ମୁ - କାଶ୍ମୀରର ୩- ଅନନ୍ତନାଗ- ରାଜୌରୀ ସଂସଦୀୟ କ୍ଷେତ୍ରରେ ସ୍ଥଗିତ ହୋଇଥିବା ନିର୍ବାଚନ ପାଇଁ ୨୦ ଜଣ ପ୍ରାର୍ଥୀ ରହିଛନ୍ତି ।

ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ୧୯୭୮ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସମସ୍ତ ୦୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଷଷ୍ଠ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ (ସଂସଦୀୟ କ୍ଷେତ୍ର ୩- ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ - ରାଜୌରୀରେ ସ୍ଥଗିତ ନିର୍ବାଚନକୁ ବାଦ୍ ଦେଲେ) ୦୬ ମଇ ୨୦୨୪ ଥିଲା । ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ଯାଞ୍ଚ ପରେ ୯୦୦ ନାମାଙ୍କନ ବୈଧ ବୋଲି ଜଣାପଡ଼ିଥିଲା । ୩- ଅନନ୍ତନାଗ- ରାଜୌରୀରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୮ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୨୧ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଛି ।

ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୪ଟି ସଂସଦୀୟ କ୍ଷେତ୍ରରୁ ସର୍ବାଧିକ ୪୭୦ଟି ନାମାଙ୍କନ ପତ୍ର ରହିଥିବା ବେଳେ ହରିୟାଣାରେ ୧୦ଟି ସଂସଦୀୟ କ୍ଷେତ୍ରରୁ ୩୭୦ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଝାଡ଼ଖଣ୍ଡର ୮- ରାଞ୍ଚି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ସର୍ବାଧିକ ୭୦ଟି ନାମାଙ୍କନ ପତ୍ର  ଦାଖଲ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀ ଏନସିଟିରେ ୨- ଉତ୍ତର ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ୬୯ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । 

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଗୋଟିଏ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ୧୫ ରହିଛି ।

ଲୋକସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ପାଇଁ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ଭିତ୍ତିକ ବିବରଣୀ ନିମ୍ନରେ ଉଲ୍ଲେଖ କରାଯାଇଛି :


State/UT

Number of

PCs in sixth phase

Nomination

forms received

Valid

candidates after scrutiny

After withdrawal,

final Contesting Candidates

Bihar

8

246

89

86

Haryana

10

370

239

223

Jammu and Kashmir*

1

-

 

20

Jharkhand

4

245

96

93

NCT OF Delhi

7

367

166

162

Odisha

6

130

65

64

Uttar Pradesh

14

470

164

162

West Bengal

8

150

81

79

Total

58

1978

900

889

 

ଜାମ୍ମୁ - କାଶ୍ମୀରର ସଂସଦୀୟ କ୍ଷେତ୍ର -୩- ଅନନ୍ତନାଗ- ରାଜୌରୀ ନିର୍ବାଚନକୁ ତୃତୀୟ ପର୍ଯ୍ୟାୟରୁ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

***************

SSP/Swadhin/PIB Bhubaneswar



(Release ID: 2021032) Visitor Counter : 66