ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୭୧୭ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ


ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ୪୨୬୪ ନାମାଙ୍କନ ପତ୍ର ଦାଖଲ

ଓଡ଼ିଶାର ୪ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୩୭ ପ୍ରାର୍ଥୀ

Posted On: 03 MAY 2024 1:27PM by PIB Bhubaneshwar

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଥିବା ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪୨୬୪ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୫ ଏପ୍ରିଲ ୨୦୨୪ ଥିଲା। ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ଯାଞ୍ଚ ପରେ ୧୯୭୦ ଟି ନାମାଙ୍କନ ବୈଧ ବୋଲି ଜଣାପଡିଥିଲା ।

ଓଡ଼ିଶାର ୪ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୫ ନାମାଙ୍କନ ଦାଖଲ ହୋଇଥିବା ବେଳେ ନାମାଙ୍କନପତ୍ର ଯାଞ୍ଚ ପରେ ୩୮ଟି ପ୍ରାର୍ଥୀପତ୍ର ବୈଧ ହୋଇଥିଲା। ତେବେ ନିର୍ବାଚନରେ ୩୭ ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ ତେଲଙ୍ଗାନାରେ ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୧୪୮୮ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୨୫ଟି ସଂସଦୀୟ କ୍ଷେତ୍ରରୁ ୧୧୦୩ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ତେଲଙ୍ଗାନାର ୭-ମାଲକାଜଗିରି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୧୭୭ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିବା ବେଳେ ସେହି ରାଜ୍ୟରେ ୧୩ଟି ନାଲଗୋଣ୍ଡା ଓ ୧୪ଟି ଭୋଙ୍ଗିରରେ ୧୧୪ଟି ଲେଖାଏଁ ନାମାଙ୍କନ ଫର୍ମ ଦାଖଲ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ପାଇଁ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଭିତ୍ତିକ ବିବରଣୀ:

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଚତୁର୍ଥ ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ସଂଖ୍ୟା

ନାମାଙ୍କନ ଫର୍ମ ପ୍ରାପ୍ତ ହୋଇଛି

ଯାଞ୍ଚ ପରେ ବୈଧ ପ୍ରାର୍ଥୀ

ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ

ଆନ୍ଧ୍ରପ୍ରଦେଶ

25

1103

503

454

ବିହାର

5

145

56

55

ଜମ୍ମୁ ଓ କଶ୍ମୀର

1

39

29

24

ଝାଡ଼ଖଣ୍ଡ

4

144

47

45

ମଧ୍ୟପ୍ରଦେଶ

8

154

90

74

ମହାରାଷ୍ଟ୍ର

11

618

369

298

ଓଡ଼ିଶା

4

75

38

37

ତେଲଙ୍ଗାନା

17

1488

625

525

ଉତ୍ତର ପ୍ରଦେଶ

13

360

138

130

ପଶ୍ଚିମବଙ୍ଗ

8

138

75

75

ସମୁଦାୟ

96

4264

1970

1717

 

******

P.S/Swadhin/PIB Bhubaneswar



(Release ID: 2019571) Visitor Counter : 61