ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭୁଟାନ୍ ପ୍ରଧାନମନ୍ରୀଙ୍କ ସହ ପ୍ରଧାନମନ୍ରୀଙ୍କ ଦ୍ବିପାକ୍ଷିକ ସାକ୍ଷାତ ଏବଂ ଚୁକ୍ତିନାମା ଆଦାନପ୍ରଦାନ

ପୋଷ୍ଟ କରାଯିବା ଦିନାଙ୍କ: 22 MAR 2024 6:30PM by PIB Bhubaneswar

ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଥିମ୍ପୁରେ ଭୁଟାନର ପ୍ରଧାନମନ୍ରୀ ଶେରିଙ୍ଗ୍ ଟୋବ୍ଗେଙ୍କୁ ଭେଟିଛନ୍ତି। ପ୍ରଧାନମନ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ମଧ୍ଯାହ୍ନ ଭୋଜନରେ ଉଭୟେ ସାକ୍ଷାତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ରୀ ତାଙ୍କୁ କରାଯାଇଥିବା ଅସାଧାରଣ ସାର୍ବଜନିକ ଭବ୍ୟ ସ୍ବାଗତ ପାଇଁ ଟୋବ୍ଗେଙ୍କୁ ଧନ୍ୟବାଦ ଦେଇଥିଲେ। ପାରୋରୁ ଥିମ୍ପୁ ପର୍ଯ୍ୟନ୍ତ ଯାତ୍ରା ସମୟରେ ବପୁଳ ସଂଖ୍ୟାରେ ଜନସାଧାରଣ ତାଙ୍କୁ ଅଭିବାଦନ ଜଣାଇବା ସହ ସ୍ବାଗତ କରିଥିଲେ।

ଏହି ଅବସରରେ ଦୁଇ ନେତା ବହୁମୁଖୀ ଦ୍ବିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଗୁରୁତ୍ବାରୋପ କରିବା ସହ ଅକ୍ଷୟ ଶକ୍ତି, କୃଷି, ଯୁବପିଢ଼ୀ ଆଦାନପ୍ରଦାନ, ପରିବେଶ ଓ ଜଙ୍ଗଲ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦ୍ବିପାକ୍ଷିକ ସହେଯାଗ ବଢ଼ାଇବା ଉପରେ ମଧ୍ଯ ଆଲୋଚନା କରିଥିଲେ। ସମସ୍ତ କ୍ଷେତ୍ରରେ ବିଶ୍ବାସ, ସଦ୍ଭାବନା ଏବଂ ଆପୋଷ ବୁଣାମଣାକୁ ଆଧାର କରି ଭାରତ ଓ ଭୁଟାନ୍ ମଧ୍ଯରେ ଦୀର୍ଘକାଳୀନ ଏବଂ ସ୍ବତନ୍ର ସମ୍ପର୍କ ରହିଆସିଛି।

ବୈଠକ ପୂର୍ବରୁ ପ୍ରଧାନମନ୍ରୀ ମୋଦି ଏବଂ ଭୁଟାନର ପ୍ରଧାନମନ୍ରୀଙ୍କ ଉପସ୍ଥିତିରେ ଶକ୍ତି, ବାଣିଜ୍ୟ, ଡିଜିଟାଲ୍ ସଂେଯାଗୀକରଣ, ମହାକାଶ, କୃଷି ଓ ଯୁବପିଢ଼ୀ ସମ୍ପର୍କ ଇତ୍ୟାଦି କ୍ଷେତ୍ରରେ ଅନେକ ବୁଣାମଣା ତଥା ଚୁକ୍ତିନାମା ଆଦାନପ୍ରଦାନ ହୋଇଥିଲା।

 

 SR


(ରିଲିଜ ଆଡି: 2016264) ପରିଦର୍ଶକ କାଉଣ୍ଟର : 155