ନିର୍ବାଚନ ଆୟୋଗ
ଆଜି ଠାରୁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା
ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ
ଏହି ପର୍ଯ୍ୟାୟରେ ୨୧ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୧୦୨ଟି ସଂସଦୀୟ କ୍ଷେତ୍ରରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବ ମତଦାନ
ବିହାରକୁ ବାଦ୍ ଦେଇ ସମସ୍ତ ୨୦ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୨୭ ମାର୍ଚ୍ଚ, ୨୦୨୪, ବିହାରରେ ଶେଷ ତାରିଖ ୨୮ ମାର୍ଚ୍ଚ ୨୦୨୪
प्रविष्टि तिथि:
20 MAR 2024 4:06PM by PIB Bhubaneshwar
ଆଜି ସକାଳୁ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ହେବାକୁ ଥିବା ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ଆଜି ନିର୍ବାଚନ ଆୟୋଗ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହିସବୁ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ୧୯ ଏପ୍ରିଲ ୨୦୨୪ରେ ମତଦାନ ହେବ।
ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ-କଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀରେ ନିର୍ବାଚନ ହେବ ।
ପ୍ରଥମ ପର୍ଯ୍ୟାୟ ର କାର୍ଯ୍ୟସୂଚୀ ନିମ୍ନରେ ଦିଆଯାଇଛି

******
P.S.
(रिलीज़ आईडी: 2015793)
आगंतुक पटल : 188
इस विज्ञप्ति को इन भाषाओं में पढ़ें:
Urdu
,
English
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Malayalam