ନିର୍ବାଚନ ଆୟୋଗ

ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତିରେ ପରିବର୍ତ୍ତନ

Posted On: 17 MAR 2024 4:28PM by PIB Bhubaneshwar

୧.        କମିଶନ ଏହାର ପ୍ରେସ୍ ନୋଟ୍ ନଂ. ଇସିଆଇ/ପିଏନ୍‌/୨୩/୨୦୨୪, ତାରିଖ ୧୬/୦୩/ ୨୦୨୪ ରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭାର ସାଧାରଣ ନିର୍ବାଚନର କାର୍ଯ୍ୟସୂଚୀ ସହିତ ଲୋକସଭା - ୨୦୨୪ ର ସାଧାରଣ ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟ ବିଧାନସଭା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଉପରୋକ୍ତ ପ୍ରେସ୍ ନୋଟ୍ ଅନୁଯାୟୀ ଉଭୟ ରାଜ୍ୟରେ ମତଦାନ ତାରିଖ ୧୯.୦୪.୨୦୨୪ ଏବଂ ଭୋଟ ଗଣତି ତାରିଖ ୦୪.୦୬.୨୦୨୪ ରହିଛି ।

୨. ଭାରତୀୟ ସମ୍ବିଧାନର ଧାରା ଅନୁଚ୍ଛେଦ ୧୭୨(୧)  ସହିତ ପଠିତ ଅନୁଚ୍ଛେଦ ୩୨୪ ଏବଂ ଜନପ୍ରତିନିଧି ଆଇନ, ୧୯୫୧ର  ଧାରା ୧୫ ଅନୁଯାୟୀ  ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଇସିଆଇ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରାଇବେ ।  ଉଭୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭାର କାର୍ଯ୍ୟକାଳ ୦୨.୦୬.୨୦୨୪ ରେ ଶେଷ ହେବାକୁ ଯାଉଛି ।

୩. ଏହାକୁ ଦୃଷ୍ଟିରେ ରଖି ଆୟୋଗ କେବଳ ପ୍ରେସ ନୋଟରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭାର ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ନିମ୍ନଲିଖିତ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି :-

Sl. No.

Poll Event

Existing Schedule

Revised Schedule

1

Date of Counting of Votes

4th June, 2024

(Tuesday)

2nd June, 2024

(Sunday)

2

Date before which the election shall be completed

6th June, 2024

(Thursday)

2nd June, 2024

(Sunday)

 

୪. ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ।

***************

SSP



 

 



(Release ID: 2015401) Visitor Counter : 52