ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ରୀ ସୂର୍ଯ୍ୟ ଘର : ମାଗଣା ବିଜୁଳି େଯାଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣକୁ ମୋଦିଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 16 MAR 2024 9:19AM by PIB Bhubaneswar

ପ୍ରଧାନମନ୍ରୀ ସୂର୍ଯ୍ୟ ଘର : ମାଗଣା ବିଜୁଳି େଯାଜନାରେ ୧ କୋଟିରୁ ଅଧିକ ପରିବାର ପଞ୍ଜୀକୃତ ହୋଇଥିବାରୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଖୁସି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଉତ୍ତମ ଖବର !

“ଏହି େଯାଜନା ଆରମ୍ଭ ହେବାର ଏକ ମାସ ମଧ୍ଯରେ, ୧ କୋଟିରୁ ଅଧିକ ପରିବାର ନିଜକୁ ପ୍ରଧାନମନ୍ରୀ ସୂର୍ଯ୍ୟ ଘର : ମାଗଣା ବିଜୁଳି େଯାଜନା ପଞ୍ଜୀକୃତ କରିସାରିଛନ୍ତି।

ଦେଶର ବିଭିନ୍ନ କୋଣରୁ ଯଥା ଆସାମ, ବିହାର, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଏବଂ ଉତ୍୍ତର ପ୍ରଦେଶ ଆଦି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଅଛି।

େଯଉଁମାନେ ବତ୍ର୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇନାହାନ୍ତି, ସେମାନେ ଅତିଶୀଘ୍ର ଏହାକୁ କରିବା ଉଚିତ୍।

ଏହି ପଦକ୍ଷେପ ଶକ୍ତି ଉପôାଦନ ବୃଦ୍ଧିକୁ ସୁନିଶ୍ଚିତ କରିବା ସହ ପରିବାରମାନଙ୍କର ବିଦୁ୍ୟତ୍ ଖଚ୍ର୍ଚ ଯଥେଷ୍ଟ ହ୍ରାସ କରିବାକୁ ପ୍ରତିଶୃତ୍ତିବଦ୍ଧ। ଉନ୍ନତ ପରିବେଶ ପାଇଁ ଜୀବନଶୈଳୀ (ଏଲ୍ଆଇଏଫ୍ଇ)କୁ ପ୍ରୋତ୍ସାହନ ଦେବା ସହ ପୃଥିବୀକୁ ଏକ ସବୁଜ ଏବଂ ଉତ୍ତମ ସ୍ଥାନରେ ପରିଣତ କରିବାରେ ଏହି େଯାଜନା ବେଶ୍ ସହାୟକ ହେବ।”

SR


(ରିଲିଜ ଆଡି: 2015348) ପରିଦର୍ଶକ କାଉଣ୍ଟର : 137