ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାରମ୍ବାର ଚେତାବନୀ ପରେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ୧୮ଟି ଓଟିଟି ପ୍ଲାଟଫର୍ମ ହେଲା ନିଷିଦ୍ଧ
ଦେଶବ୍ୟାପୀ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ଟି ଆପ୍, ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବନ୍ଦ କରାଗଲା
କାର୍ଯ୍ୟକ୍ରମଗୁଡ଼ିକ ଆଇଟି ଆଇନ, ଭାରତୀୟ ଦଣ୍ଡବିଧି ସଂହିତା ଏବଂ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧ) ଆଇନର ଉଲ୍ଲଂଘନ କରୁଥିଲା
Posted On:
14 MAR 2024 11:43AM by PIB Bhubaneshwar
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ମଧ୍ୟସ୍ଥିଙ୍କ ସହ ସମନ୍ୱୟ ସ୍ଥାପନ କରି ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛି। ଭାରତରେ ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋରରେ ୩ଟି) ଏବଂ ଏହି ପ୍ଲାଟଫର୍ମ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସର୍ବସାଧାରଣଙ୍କ ନଦେଖିବା ପାଇଁ ଅଚଳ କରାଯାଇଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର 'ସୃଜନଶୀଳ ଅଭିବ୍ୟକ୍ତି' ଆଳରେ ଅଶ୍ଳୀଳତା, ଅସଭ୍ୟତା ଏବଂ ଅପମାନଜନକ କାର୍ଯ୍ୟକ୍ରମ ପ୍ରସାର ନ କରିବା ପାଇଁ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ଉପରେ ବାରମ୍ବାର ଜୋର୍ ଦେଇ କହିଥିଲେ। ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଶ୍ରୀ ଠାକୁର ଘୋଷଣା କହିଛନ୍ତି ଯେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରି ଦିଆଯାଇଛି।
ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରରେ ଗଭୀର ଜ୍ଞାନ ରହିଥିବା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ଓଟିଟି ପ୍ଲାଟ୍ଫର୍ମଗୁଡ଼ିକର ତାଲିକା
ଡ୍ରିମ୍ ଫିଲ୍ମସ
|
ଭୁଭି
|
ୟେସମା
|
ଅନ୍କଟ୍ ଆଡ୍ଡା
|
ଟ୍ରାଇ ଫ୍ଲିକ୍ସ
|
ଏକ୍ସ ପ୍ରାଇମ୍
|
ନିଓନ୍ ଏକ୍ସ ଭିଆଇପି
|
ବେଶରମ୍ସ
|
ହଣ୍ଟର୍ସ
|
ରେବିଟ୍
|
ଏକ୍ସଟ୍ରାମୁଡ୍
|
ନ୍ୟୁ ଫ୍ଲିକ୍ସ
|
ମୁଡ୍ ଏକ୍ସ
|
ମୋଜ୍ଫ୍ଲିକ୍ସ
|
ହଟ୍ ସଟ୍ସ ଭିଆଇପି
|
ଫୁଗି
|
ଚିକୁଫ୍ଲିକ୍ସ
|
ପ୍ରାଇମ୍ ପ୍ଲେ
|
କାର୍ଯ୍ୟକ୍ରମର ପ୍ରକୃତି
ଏହି ପ୍ଲାଟଫର୍ମଗୁଡିକରେ ହୋଷ୍ଟ ହୋଇଥିବା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଶ୍ଳୀଳ, ଅସଭ୍ୟ ଏବଂ ମହିଳାମାନଙ୍କୁ ଅପମାନଜନକ ଢଙ୍ଗରେ ଚିତ୍ରିତ କରାଯାଇଥିବା ଜଣାପଡିଛି । ଏଥିରେ ନଗ୍ନତା ଏବଂ ଯୌନ କ୍ରିୟାକୁ ବିଭିନ୍ନ ଅନୁପଯୁକ୍ତ ପରିପ୍ରେକ୍ଷୀରେ ଚିତ୍ରିତ କରାଯାଇଥିଲା, ଯେପରିକି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ, ଅନୈତିକ ପାରିବାରିକ ସମ୍ପର୍କ ଇତ୍ୟାଦି । ଏହି ବିଷୟବସ୍ତୁରେ ଯୌନ ନିର୍ଯାତନା ଏବଂ କେତେକ କ୍ଷେତ୍ରରେ କୌଣସି ବିଷୟଗତ କିମ୍ବା ସାମାଜିକ ପ୍ରାସଙ୍ଗିକତା ବିହୀନ ଅଶ୍ଳୀଳ ଏବଂ ଯୌନ ଅଶ୍ଳୀଳ ଦୃଶ୍ୟର ଲମ୍ବା ଅଂଶ ଅନ୍ତର୍ଭୁକ୍ତ ଥିଲା ।
ଏହି ବିଷୟବସ୍ତୁ ଆଇଟି ଆଇନର ଧାରା ୬୭ ଓ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଅଶ୍ଳୀଳ ମହିଳା ପ୍ରତିନିଧି (ନିଷେଧ) ଆଇନ, ୧୯୮୬ର ଧାରା ୪ର ଉଲ୍ଲଂଘନ ବୋଲି ପ୍ରାଥମିକ ଦୃଷ୍ଟିରୁ ନିର୍ଦ୍ଧାରଣ କରାଯାଇଥିଲା।
ଗୁରୁତ୍ୱପୂର୍ଣ୍ଣ ଦର୍ଶକ ସଂଖ୍ୟା
ଗୁଗୁଲ୍ ପ୍ଲେ ଷ୍ଟୋରରେ ଗୋଟିଏ ଓଟିଟି ଆପ୍ ୧ କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ଆପ୍ ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି। ଏହାବ୍ୟତୀତ, ଏହି ଓଟିଟି ପ୍ଲାଟଫର୍ମଗୁଡିକ ଟ୍ରେଲର, ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ବାହ୍ୟ ଲିଙ୍କଗୁଡିକ ପ୍ରସାରଣ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ ଯାହାର ଉଦ୍ଦେଶ୍ୟ ଦର୍ଶକମାନଙ୍କୁ ସେମାନଙ୍କ ୱେବସାଇଟ୍ ଏବଂ ଆପ୍ ପ୍ରତି ଆକୃଷ୍ଟ କରିବା। ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମର ସୋସିଆଲ ମିଡିଆ ଆକାଉଣ୍ଟରେ ସମୁଦାୟ ୩୨ ଲକ୍ଷରୁ ଅଧିକ ଉପଭୋକ୍ତା ଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ
|
ଆକାଉଣ୍ଟ ସଂଖ୍ୟା
|
ଫେସ୍ବୁକ୍
|
୧୨
|
ଇନଷ୍ଟାଗ୍ରାମ୍
|
୧୭
|
ଏକ୍ସ(ପୂର୍ବର ଟୁଇଟର୍)
|
୧୬
|
ୟୁଟ୍ୟୁବ୍
|
୧୨
|
ଓଟିଟି ପ୍ଲାଟଫର୍ମ ଗୁଡିକ ସହ ନିରନ୍ତର ଯୋଗାଯୋଗ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଓଟିଟି ପ୍ଲାଟଫର୍ମ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ଥାପିତ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାମାନଙ୍କ ସହିତ ବୈଠକ, ୱେବିନାର, କର୍ମଶାଳା ଇତ୍ୟାଦି ମାଧ୍ୟମରେ ସଚେତନତା ପ୍ରୟାସ କରିଥାଏ ।
ଓଟିଟି ଶିଳ୍ପର ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୱେବ୍ ସିରିଜ୍ ପାଇଁ ଉଦଘାଟନୀ ଓଟିଟି ପୁରସ୍କାର ପ୍ରଚଳନ, ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ଲାଟଫର୍ମ ସହ ସହଯୋଗ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ୱ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ଏକ କୋହଳ ନିୟାମକ ଢାଞ୍ଚା ପ୍ରତିଷ୍ଠା କରିବା ସମେତ ଅନେକ ପଦକ୍ଷେପ ନିଆଯାଇଛି।
*******
P.S.
(Release ID: 2014552)
Visitor Counter : 165
Read this release in:
Assamese
,
Gujarati
,
English
,
Khasi
,
Urdu
,
Marathi
,
Hindi
,
Bengali
,
Punjabi
,
Tamil
,
Telugu