ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଇଏଫ୍ଟିଏ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମାକୁ ପ୍ରଧାନମନ୍ରୀଙ୍କ ସ୍ବାାଗତ


ଭାରତ-ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମାକୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ସ୍ବାଗତ କରିଛନ୍ତି।

ଏହି ଚୁକ୍ତି ସ୍ବାକ୍ଷର ଉପରେ ସେ ନିଜର ମତାମତ ପ୍ରଦାନ କରିଛନ୍ତି।

Posted On: 10 MAR 2024 8:15PM by PIB Bhubaneshwar

କେନ୍ଦ୍ର ମନ୍ରୀ ଶ୍ରୀ ପିୟୁଷ ଗୋଏଲ୍ଙ୍କ ଏକ୍ସରେ ପୋଷ୍ଟ ଉପରେ ନିଜର ମନ୍ତବ୍ୟ ଦେଇ ସେ କହିଛନ୍ତି :

“ଭାରତ-ଇଏଫ୍ଟିଏ ମଧ୍ଯରେ ହୋଇଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମାକୁ ନେଇ ମୁଁ ବେଶ୍ ଆନନ୍ଦିତ। ଏହି ଐତିହାସିକ ଚୁକ୍ତିନାମା ଆର୍ଥôକ ଅଭିବୃଦ୍ଧି ଓ ଦେଶର ଯୁବପିଢ଼ୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯାଗ ସୃଷ୍ଟି କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ସୂଚାଇ ଦେଉଛି। ଆଗାମୀ ଦିନରେ ଏହି ସମୃଦ୍ଧି ଓ ପାରସ୍ପରିକ ଅଭିବୃଦ୍ଧି ଅଧିକ ତ୍ବରାନ୍ବିତ ହେବ, କାରଣ ଭବିଷ୍ୟତରେ ଇଏଫ୍ଟିଏ ଦେଶମାନଙ୍କ ସହ ଆମର ସµର୍କ ଅଧିକ ସୁଦୃଢ଼ ହେବ।”

 

SR



(Release ID: 2014463) Visitor Counter : 45