ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ବିଲ୍ ଗେଟ୍ସଙ୍କ ସହ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
29 FEB 2024 11:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଶ୍ରୀ ବିଲ୍ ଗେଟ୍ସଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ବିଲ୍ ଗେଟ୍ସ କହିଛନ୍ତି ଯେ ସେମାନେ ଜନସାଧାରଣଙ୍କ ମଙ୍ଗଳ ପାଇଁ ଏଆଇ; ଡିପିଆଇ; ମହିଳାଙ୍କ ନେତୃତ୍ବାଧୀନ ବିକାଶ; କୃଷି, ସ୍ୱାସ୍ଥ୍ୟ ଏବଂ ଜଳବାୟୁ ଅନୁକୂଳନରେ ଅଭିନବତା ଇତ୍ୟାଦି ବିଷୟରେ କଥା ହୋଇଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ସେମାନେ ସେହି କ୍ଷେତ୍ର ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଯାହା ଆମ ପୃଥିବୀକୁ ଉନ୍ନତ କରିବ ଏବଂ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିବ ।
ଶ୍ରୀ ବିଲ୍ ଗେଟ୍ସଙ୍କ ଟ୍ବିଟର ପୋଷ୍ଟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ;
"ବାସ୍ତବରେ ଏକ ଚମତ୍କାର ବୈଠକ! ଯେଉଁ କ୍ଷେତ୍ରଗୁଡ଼ିକ ଆମ ପୃଥିବୀକୁ ଉନ୍ନତ କରିବ ଏବଂ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିବ ସେ ବିଷୟରେ ଆଲୋଚନା କରିବା ସର୍ବଦା ଆନନ୍ଦଦାୟକ । @BillGates"
BS
(ରିଲିଜ ଆଡି: 2011277)
ପରିଦର୍ଶକ କାଉଣ୍ଟର : 63
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam