ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ପ୍ରସାରଣ ଉଦ୍ୟୋଗର ଅଭିଭାବକ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର


“ପରିବର୍ତ୍ତିତ ନୂଆ ନୂଆ ଟେକ୍‌ନୋଲୋଜିକୁ ଆପଣାଇବା ପାଇଁ “ପ୍ରସାର ଭାରତୀ”ର ନିରଳସ ଉଦ୍ୟମ ସୁନିଶ୍ଚିତ କରିଛି ଯେ ଡିଜିଟାଲ ଯୁଗରେ ମଧ୍ୟ ଏହା ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ ରହିବ”

‘ଡାଟା ପ୍ରାଇଭେସି’ ଓ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସୂଚନାର ସୁରକ୍ଷା ଅଲଂଘନୀୟ; ଆମର ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଏହି ଦୁଇଟି ବିଷୟର ସୁରକ୍ଷା ଓ ଗୋପନୀୟନତା ରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ: ମନ୍ତ୍ରୀ ଶ୍ରୀ ଠାକୁର

“ଉଚ୍ଚମାନ ଓ ବ୍ୟକ୍ତିଗତ ବିଷୟବସ୍ତୁ (ପର୍ସନାଲ କଣ୍ଟେଣ୍ଟ)ର ଚାହିଦା ବଢୁଛି: ଏହାକୁ ଦୃଷ୍ଟିରେ ରଖି ପ୍ରସାରଣକାରୀ “ନେକଟ୍ସ ଜେନେରସନ ବ୍ରଡକାଷ୍ଟିଂ” ଭଳି ବିକଳ୍ପ ଇନୋଭେସନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ”

ଜ୍ଞାନ ଓ ବୁଦ୍ଧିବିଦ୍ୟା ବଣ୍ଟନରେ ଅତି ଗୁରୁତ୍ୱପୂର୍ଣ୍ଣ ସହଯୋଗ ପାଇଁ ବିଇଏସ୍ ଏକ୍ସପୋ ଏକ ଉତ୍ତମ ପ୍ଲାର୍ଟଫର୍ମ ଭାବେ କାମ କରୁଛି

ଏହା ମାଧ୍ୟମରେ ବୁଦ୍ଧି, ବିଦ୍ୟା, ଜ୍ଞାନ ଓ ବିଚାରର ସେୟାରିଂ ସହିତ ପ୍ରସାରଣ ଉଦ୍ୟୋଗର ଭବିଷ୍ୟତ ନିର୍ମାଣ ପାଇଁ ଏକ ଅଂଶୀଦାରୀ ତିଆରି କରିହେବ

Posted On: 15 FEB 2024 5:02PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଳୀଠାରେ ପ୍ରସାରଣ ଓ ଗଣମାଧ୍ୟମ ପ୍ରଯୁକ୍ତି (ବ୍ରଷ୍ଟକାଷ୍ଟିଂ ଆଣ୍ଡ ମିଡିଆ ଟେକ୍‌ନୋଲୋଜି ) ସଂକ୍ରାନ୍ତ ୨୮ତମ ଆନ୍ତର୍ଜାତିକ ସମ୍ମିଳନୀ ତଥା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସମବେତ ଜନତାକୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତର ପ୍ରସାରଣ ଉଦ୍ୟୋଗର ଅବିଚଳିତ ଅଭିଭାବକ ଭାବେ କାମ କରୁଛି । ଏହାର ଦୃଢତା ଯୋଗୁଁ ପ୍ରସାରଣ ଉଦ୍ୟୋଗ ନିର୍ଦ୍ଧାରିତ ଲକ୍ଷ୍ୟପଥରେ ଚାଲିଛି। ସମୟର ଆହ୍ୱାନକୁ ପୂରଣ କରିବା ପାଇଁ ଏହା ପରିବର୍ତ୍ତନ ସହ ପାଦ ମିଳାଇ ଚାଲିଛି । ପ୍ରସାରଣ ମନ୍ତ୍ରଣାଳୟ ତାହାର ଜ୍ଞାନ, ବୁଦ୍ଧି ଓ ଦୂରଦୃଷ୍ଟି ବଳରେ ଏହି ଉଦ୍ୟୋଗକୁ ଠିକ୍ ରାସ୍ତାରେ ପରିଚାଳିତ କରୁଛି । ବିଶେଷକରି ଏହାକୁ ସମୟ ଉପଯୋଗୀ ଓ ପରିବର୍ତ୍ତନ ସହ ତାଳ ମିଳାଇ ଆଗକୁ ବଢିବାକୁ ବାଟ ଦେଖାଉଛି । 

ସେ କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଟଳ ଅଙ୍ଗୀକାର ସହିତ କାର୍ଯ୍ୟ କରୁଛି । ଏଥିପାଇଁ ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାକୁ ସମାବେଶୀ ନୀତିରେ କାର୍ଯ୍ୟକାରୀ କରାଯାଉଛି । ଏଥିରେ ଗଣମାଧ୍ୟମ ସାକ୍ଷରତାକୁ ଉତ୍ସାହିତ କରାଯିବା ସହିତ ପ୍ରସାରଣ ମିଡିଆ ଉଦ୍ୟୋଗରେ ଘରୋଇ କ୍ଷେତ୍ରକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେ ଆହୁରି କହିଛନ୍ତି ଯେ ଭାରତରେ ମିଡିଆ ଉଦ୍ୟୋଗ ଏକ ଦୃଢ, ସମାବେଶୀ ଏବଂ ଗତିଶୀଳ ପ୍ରସାରଣ ଏବଂ ମିଡିଆ ପରିତନ୍ତ୍ରର ଆଧାରଶୀଳା ରଖିଛି ଯାହା ବିବିଧ, ସୂଚନା ମୂଳକ ଏବଂ ଦାୟିତ୍ୱ ସମ୍ପନ୍ନ ।

 ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)କୁ ସୁଦୃଢ କରିବାକୁ ହେବ । ଦେଶର ବିବିଧ ଆବଶ୍ୟକତାକୁ ପୂରଣ କରିବାକୁ ଏହାର ବିଷୟବସ୍ତୁ ବା କଣ୍ଟେଣ୍ଟର ଗୁଣ ଓ ମାନ ଅତ୍ୟନ୍ତ ଉଚ୍ଚ କୋଟିର ତଥା ସମୟ ଉପଯୋଗୀ ହେବା ଆବଶ୍ୟକ । ଏଥି ପାଇଁ ଭାରତକୁ ଏକ ଅନୁପମ ରାସ୍ତା ବାଛିବାକୁ ପଡିବ । ଏଥିରେ ଆମ ଦେଶର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ଛାପ ସ୍ପଷ୍ଟ ରହିବ । ସେ ଆହୁରି କହିଛନ୍ତି ଯେ ‘ପ୍ରସାରୀ ଭାରତୀ’ ଆମ ଦେଶର ଗାଥାକୁ ଏକ ସଫଳ ଆକାର ଦେବାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଦୂରଦର୍ଶନର କଳାଧଳା ପରଦାରୁ ଏଚ୍‌ଡି ଏବଂ ଏବେ ୪କେ ଡିଜିଟାଲ ପରିବର୍ତ୍ତନ, ଆନାଲଗ୍ ମିିଡିୟମ ୱେଭରୁ ଡିଆର୍‌ଏମ୍ ଓ ବର୍ତ୍ତମାନ ଆକାଶବାଣୀର ଏଫ୍‌ଏମ୍‌, ଦୂରଦର୍ଶନ ଓ ଆକାଶବାଣୀର ବିବିଧ କାର୍ଯ୍ୟକ୍ରମ, ପିଢି ପରେ ପିଢି ଭାରତୀୟମାନଙ୍କୁ ସୂଚିତ, ଅବଗତ, ଶିକ୍ଷିତ ଓ ଆନନ୍ଦିତ କରି ଆସୁଛି । ‘ଆନାଲଗ୍‌’ ଯୁଗରୁ ଆଜିର ଡାଇନାମିକ ଡିଜିଟାଲ ପରିତନ୍ତ୍ର-ଆମ ପ୍ରସାରଣକାରୀ ଏକ ଲମ୍ବା ପଥ ଅତିକ୍ରମ କରିଛନ୍ତି । ସେମାନଙ୍କ ଯାତ୍ରାରେ ରହିଛି ଦୃଢତା, ସ୍ଥିରତା, ନବସୃଜନ ଓ ଉତ୍କର୍ଷ ପାଇଁ ଅଟଳ ପ୍ରତିଶ୍ରୁତିବଦ୍ଧତା । 

 ଶ୍ରୀ ଠାକୁର କହିଛନ୍ତି ଯେ ପ୍ରଯୁକ୍ତି ଗତ ବିକାଶ ଉଭୟ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରେ । ଏଥିରେ ଉଚ୍ଚମାନ, ବ୍ୟକ୍ତିଗତ ବିଷୟବସ୍ତୁ (ପରସନାଲାଇଜଡ କଣ୍ଟେଣ୍ଟ) ବିଭିନ୍ନ ପ୍ଲାଟଫର୍ମରେ ଅଧିକ ଦେଖାଯାଉଛି । ଚାହିଦା ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି । ଏଥି ପାଇଁ ନୂଆ ଯୁଗର ଓ ନବ ପ୍ରଯୁକ୍ତି ବିଶିଷ୍ଟ ପ୍ରସାରଣ ସାମଗ୍ରୀର ଆବଶ୍ୟକତା ଅଧିକ ରହିଛି । ଏହା ବିନା ଏ କ୍ଷେତ୍ରରେ ଆଗକୁ ବଢିହେବ ନାହିଁ । ଏ କ୍ଷେତ୍ରରେ ଦେଶୀ ଗବେଷଣା ଓ ଉନ୍ନୟନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଆମ ଦେଶର ବିଜ୍ଞାନ ଓ ପ୍ରଯୁକ୍ତିଗତ ପ୍ରତିଭାକୁ ବିନିଯୋଗ କରି ଉଦ୍ୟୋଗ, ଶିକ୍ଷାବିତ୍ ଓ ଅନ୍ୟମାନଙ୍କ ସହ ଅଂଶୀଦାରୀ ତିଆରି କରି ହେବ । ସେ କହିଛନ୍ତି ଯେ ଏ କ୍ଷେତ୍ରର ଆମେ ଆଜି ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ତାହା ଆମକୁ ପ୍ରସାରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ।

 ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଥିଲେ ଯେ ‘ପ୍ରସାର ଭାରତୀ’ ପରିବର୍ତ୍ତିତ ନୂତନ ଟେକ୍‌ନୋଲୋଜିକୁ ଆପଣାଇବା ପାଇଁ ତାହାର ନିରଳସ ଉଦ୍ୟମ ଜାରି ରଖିଛି । ଡିଜିଟାଲ ଯୁଗରେ ଏହା ଯେପରି ପ୍ରାସଙ୍ଗିକ ଓ ପ୍ରଭାବଶାଳୀ ରହିପାରିବ ସେଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛି । ସେ ଆହୁରି କହିଛନ୍ତି ଯେ ଡାଟା ପ୍ରାଇଭେସି ଓ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ / ସୂଚନାର ସୁରକ୍ଷା ଏକ ଅଲଂଘନୀୟ ବ୍ୟାପାର । ଏହା ସହିତ କସ୍ମିନକାଳେ ସାହସ କରି ହେବ ନାହିଁ । ତେଣୁ ଆମର ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଏହି ଦୁଇଟି ବିଷୟର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ।

ଉଚ୍ଚମାନ ବିଶିଷ୍ଟ ପ୍ରସାରଣ ଓ ବ୍ୟକ୍ତିଗତ ବିଷୟବସ୍ତୁର (ପର୍ସନାଲଜ୍ କଣ୍ଟେଣ୍ଟ)ର ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରସାରଣକାରୀ ନେକ୍ସଟ ଜେନେରେସନ ବ୍ରଡ କ୍ରାଷ୍ଟିଂ ବା ପରବର୍ତ୍ତୀ ପିଢିର ପ୍ରସାରଣ ଭଳି ବିକଳ୍ପ ଇନୋଭେସନ ଉପରେ ଗୁରୁ୍‌ତ୍ୱ ଦେବା ଆବଶ୍ୟକ । ନଲେଜ ଓ ଉଇଜଡମ ସେୟାର କରିବା ପାଇଁ ବିଇଏସ୍ ଏକ୍ସପୋ ଏକ ଉତ୍ତମ ପ୍ଳାଟଫର୍ମ ଭାବେ କାମ କରୁଛି । ଏହା ମାଧ୍ୟମରେ ବୃଦ୍ଧି, ବିଦ୍ୟା,ଜ୍ଞାନ, ବିଚାର ଆଦିର ସେୟାରିଂ ସହିତ ପ୍ରସାରଣ ଉଦ୍ୟୋଗର ଭବିଷ୍ୟତ ନିର୍ମାଣ ପାଇଁ ଏକ ଉତ୍ତମ ଅଂଶୀଦାରୀ ତିଆରି କରିହେବ । 

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ଶ୍ରୀ ସଞ୍ଜୟ ଜିଜୁ କହିଥିଲେ ଯେ ମିଡିଆ ଜଗତର ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ ମନ୍ତ୍ରଣାଳୟ ସଚେତନ ଏବଂ ସେ ଦିଗରେ କାର୍ଯ୍ୟ କରୁଛି । ଗଣମାଧ୍ୟମର ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ୨୦୨୩ରେ ଏକ ଚିଠା ପ୍ରସାରଣ ସେବା ନିୟନ୍ତ୍ରଣ ବିଲ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଟ୍ରାଇର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ଲାହୋଟି କହିଥିଲେ ଯେ ଭାରତରେ ମିଡିଆ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ବିପୁଳ ସୁବିଧା ସୁଯୋଗ ରହିଛି ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଗୌରବ ଦ୍ୱିବେଦୀ ତାଙ୍କ ଉଦ୍‌ବୋଧନରେ ଗଣମାଧ୍ୟମ ଜଗତର ଦ୍ରୁତ ଓ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ କହିଥିଲେ ଯେ ଏବେ ଖାଉଟିଙ୍କ ରୁଚି ଅନୁସାରେ ଅଧିକରୁ ଅଧିକ ବିଷୟବସ୍ତୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ବିଇଏସ୍‌ର ସଭାପତି ଶ୍ରୀ ସୁନୀଲ ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

*****

TKM/SLP



(Release ID: 2006454) Visitor Counter : 38