ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫେବୃୟାରୀ ୧୦ ରେ 'ବିକଶିତ ଭାରତ ବିକଶିତ ଗୁଜୁରାଟ' କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ନିର୍ମିତ ଗୁଜରାଟରେ ୧.୩ ଲକ୍ଷରୁ ଅଧିକ ଘରର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 FEB 2024 5:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୦, ୨୦୨୪ ଅପରାହ୍ନ ୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ବିକଶିତ ଭାରତ ବିକଶିତ ଗୁଜୁରାଟ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଏବଂ ଅନ୍ୟାନ୍ୟ ଆବାସ ଯୋଜନା ଅଧୀନରେ ନିର୍ମିତ ସମଗ୍ର ଗୁଜରାଟରେ ୧.୩ ଲକ୍ଷରୁ ଅଧିକ ଘରର ଭୂମି ପୂଜନ କରିବେ ।

ଗୁଜରାଟର ସମସ୍ତ ଜିଲ୍ଲାର ୧୮୦ରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ମୁଖ୍ୟ କାର୍ଯ୍ୟକ୍ରମ ବନାସକଣ୍ଠା ଜିଲ୍ଲାରେ ଅନୁଷ୍ଠିତ ହେବ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାର ହଜାର ହଜାର ହିତାଧିକାରୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେବେ।

 

BS


(ରିଲିଜ ଆଡି: 2004698) ପରିଦର୍ଶକ କାଉଣ୍ଟର : 120