ଅର୍ଥ ମନ୍ତ୍ରଣାଳୟ

ସୁବିଧା ଓ ସେବାର ଗୁଣବତ୍ତା ଆଧାରରେ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକର ରେଟିଂ ପାଇଁ ଏକ ଢାଞ୍ଚା ପ୍ରତିଷ୍ଠା କରାଯିବ : କେନ୍ଦ୍ର ଅର୍ଥ ମନ୍ତ୍ରୀ


ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ ପାଇଁ ରାଜ୍ୟ ଗୁଡ଼ିକୁ ଦୀର୍ଘମିଆଦୀ ସୁଧମୁକ୍ତ ଋଣ ପ୍ରଦାନ କରାଯିବ

ଲାକ୍ଷାଦ୍ୱୀପ ସମେତ ଆମ ଦ୍ୱୀପପୁଞ୍ଜରେ ବନ୍ଦର ସଂଯୋଗ, ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପାଇଁ ପ୍ରକଳ୍ପ ହାତକୁ ନିଆଯିବ

Posted On: 01 FEB 2024 12:46PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ - ୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ଅବସରରେ ୨୦୪୭ ସୁଦ୍ଧା 'ବିକଶିତ ଭାରତ'ର ଲକ୍ଷ୍ୟ ହାସଲ ପାଇଁ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକର ବ୍ୟାପକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର

ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ , ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବ୍ୟାପକ ବିକାଶ, ବ୍ରାଣ୍ଡିଂ ଏବଂ ବିଶ୍ୱସ୍ତରରେ ମାର୍କେଟିଂ କରିବା ପାଇଁ ରାଜ୍ୟ ମାନଙ୍କୁ ପ୍ରୋତ୍ସାହିତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିକାଶ ପାଇଁ ରାଜ୍ୟଗୁଡ଼ିକୁ ସମାନ ଭିତ୍ତିରେ ଅର୍ଥ ଯୋଗାଣ ପାଇଁ ଦୀର୍ଘମିଆଦୀ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ । କେନ୍ଦ୍ର ଗୁଡିକର ବ୍ୟାପକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସୁବିଧା ଏବଂ ସେବାର ଗୁଣବତ୍ତା ଆଧାରରେ କେନ୍ଦ୍ର ଗୁଡିକର ରେଟିଂ ପାଇଁ ଏକ ଢାଞ୍ଚା ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଘରୋଇ ପର୍ଯ୍ୟଟନ

   ଭାରତର ମଧ୍ୟବିତ୍ତ ବର୍ଗ ମଧ୍ୟ ଏବେ ଭ୍ରମଣ ଏବଂ ଅନୁସନ୍ଧାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନ ସମେତ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଉଦ୍ୟୋଗ ପାଇଁ ପ୍ରଚୁର ସୁଯୋଗ ରହିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଆଲୋକପାତ କରିଥିଲେ ।

ଏହି କ୍ରମରେ ସେ କହିଛନ୍ତି ଯେ , ଘରୋଇ ପର୍ଯ୍ୟଟନ ପ୍ରତି ଦେଖା ଦେଉଥିବା ଉତ୍ସାହକୁ ପୂରଣ କରିବା ପାଇଁ ଲାକ୍ଷାଦ୍ୱୀପ ସମେତ ଦ୍ୱୀପପୁଞ୍ଜରେ ବନ୍ଦର ସଂଯୋଗ, ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧା ପାଇଁ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏହା ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ।

ଘରୋଇ ପର୍ଯ୍ୟଟନ ସହିତ ଭାରତର ବିବିଧତା ବିଶ୍ୱଦର୍ଶକଙ୍କ ନିକଟରେ ବେଶ୍ ପରିଚିତ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ , ୬୦ଟି ସ୍ଥାନରେ ଜି - ୨୦ ବୈଠକ ଆୟୋଜନ କରିବାର ସଫଳତା ଭାରତର ବିବିଧତାକୁ ବିଶ୍ୱ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛି ଏବଂ ଅର୍ଥନୈତିକ ଶକ୍ତି ଦେଶକୁ ବ୍ୟବସାୟ ଏବଂ ସମ୍ମିଳନୀ ପର୍ଯ୍ୟଟନ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିଛି ।

***

 

SSP

 

 

 



(Release ID: 2002046) Visitor Counter : 52