ଅର୍ଥ ମନ୍ତ୍ରଣାଳୟ
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 'ଅମୃତ କାଳ' ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି
ଏମଏସଏମଇ ପାଇଁ ସମୟୋଚିତ ଏବଂ ପର୍ଯ୍ୟାପ୍ତ ଅର୍ଥ, ପ୍ରାସଙ୍ଗିକ ଜ୍ଞାନକୌଶଳ ଏବଂ ଉପଯୁକ୍ତ ପ୍ରଶିକ୍ଷଣ - ସରକାରଙ୍କ ପାଇଁ ଏକ ନୀତି ପ୍ରାଥମିକତା
'ପଞ୍ଚାମୃତ' ଲକ୍ଷ୍ୟ ଅନୁଯାୟୀ, ଉଚ୍ଚ ଏବଂ ଅଧିକ ସମ୍ବଳ-ଦକ୍ଷ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଗମ କରିବା ପାଇଁ ସରକାର ଶକ୍ତି ନିରାପତ୍ତା ଦିଗରେ ମଧ୍ୟ କାମ କରୁଛନ୍ତି
ସରକାର ପରବର୍ତ୍ତୀ ପିଢ଼ିର ସଂସ୍କାର ଗ୍ରହଣ କରିବେ ଏବଂ 'ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ଦ୍ୱାରା ପରିଚାଳିତ ରାଜ୍ୟ ଏବଂ ଅଂଶୀଦାରମାନଙ୍କ ସହିତ ସହମତି ସୃଷ୍ଟି କରିବେ
प्रविष्टि तिथि:
01 FEB 2024 12:50PM by PIB Bhubaneshwar
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ 'ଅମୃତ କାଳ' ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ଅବସରରେ ମନ୍ତ୍ରୀ କହିଥିଲେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଅଭିବୃଦ୍ଧି ଏବଂ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଠିକ୍ ସମୟରେ ଏବଂ ପର୍ଯ୍ୟାପ୍ତ ଅର୍ଥ, ପ୍ରାସଙ୍ଗିକ ଜ୍ଞାନକୌଶଳ ଏବଂ ଉପଯୁକ୍ତ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ଆମ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରାଥମିକତା ଅଟେ । ସେମାନଙ୍କ ଅଭିବୃଦ୍ଧିକୁ ସୁଗମ କରିବା ପାଇଁ ନିୟାମକ ବାତାବରଣକୁ ପ୍ରୋତ୍ସାହିତ କରିବା ଏହି ନୀତି ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ।
ପଞ୍ଚାମୃତ ଲକ୍ଷ୍ୟ ସହ ଯୋଡ଼ି ହୋଇ ଆମ ସରକାର ଉଚ୍ଚ ଓ ଅଧିକ ସମ୍ବଳ ସମ୍ପନ୍ନ ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବାରେ ସହାୟକ ହେବେ ବୋଲି ମନ୍ତ୍ରୀ କହିଥିଲେ। ଉପଲବ୍ଧତା, ଏବଂ ସାମର୍ଥ୍ୟ ଦୃଷ୍ଟିରୁ ଏହା ଶକ୍ତି ନିରାପତ୍ତା ଦିଗରେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।
'ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ନୀତି ଦ୍ୱାରା ପରିଚାଳିତ ସରକାର ପରବର୍ତ୍ତୀ ପିଢ଼ିର ସଂସ୍କାର ଗ୍ରହଣ କରିବେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ରାଜ୍ୟ ଏବଂ ଅଂଶୀଦାରମାନଙ୍କ ସହ ସହମତି ସୃଷ୍ଟି କରିବେ ବୋଲି ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଥିଲେ।
ସେ କହିଥିଲେ, "ଆମ ସରକାର ଅର୍ଥନୈତିକ ନୀତି ଗ୍ରହଣ କରିବେ ଯାହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ ଏବଂ ବଜାୟ ରଖିବ, ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶକୁ ସୁଗମ କରିବ, ଉତ୍ପାଦକତା ରେ ଉନ୍ନତି ଆଣିବ, ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ, ସେମାନଙ୍କୁ ସେମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ନିବେଶକୁ ଶକ୍ତି ଦେବା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ବଳ ଉତ୍ପାଦନରେ ଯୋଗଦାନ କରିବ ।
ପୁଞ୍ଜିନିବେଶ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଆକାର, ଦକ୍ଷତା ଏବଂ ନିୟାମକ ଢାଞ୍ଚା ଦୃଷ୍ଟିରୁ ଆର୍ଥିକ କ୍ଷେତ୍ରକୁ ପ୍ରସ୍ତୁତ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
BS
(रिलीज़ आईडी: 2001900)
आगंतुक पटल : 147
इस विज्ञप्ति को इन भाषाओं में पढ़ें:
Kannada
,
Bengali
,
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam