ପୋଷ୍ଟ କରାଯିବା ଦିନାଙ୍କ:
26 JAN 2024 10:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ ଜଗନ୍ନାଥଙ୍କ ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆପଣଙ୍କ ହାର୍ଦ୍ଦିକ ଶୁଭକାମନା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଏହି ବର୍ଷ ଏବଂ ସବୁବେଳ ପାଇଁ ଆମର ମଜଭୁତ ଦ୍ୱିପାକ୍ଷିକ ଭାଗୀଦାରି ଆହୁରି ସୁଦୃଢ଼ ହେବାର ଆଶା ରହିଛି ।’
SR