ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡ଼ୁର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

Posted On: 20 JAN 2024 7:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।

 

ସେ ମନ୍ଦିରରେ କମ୍ବ ରାମାୟଣର ପଦ ଶୁଣିଥିଲେ । ଏଠାରେ ମହାନ କମ୍ବନ ପ୍ରଥମେ ରାମାୟଣକୁ ସର୍ବସାଧାରଣରେ ଉପସ୍ଥାପନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଛି । ଏହି ମନ୍ଦିର ସହ ପ୍ରଭୁ ଶ୍ରୀ ରାମଙ୍କ ସମ୍ପର୍କ ଦୀର୍ଘଦିନର । ପ୍ରଭୁ ଶ୍ରୀ ରାମ ମଧ୍ୟ ପୂଜା କରିଥିବା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।’

ପ୍ରଧାନମନ୍ତ୍ରୀ କମ୍ବ ରାମାୟଣର ପଦ ମଧ୍ୟ ମନ୍ଦିରରେ ଶୁଣିଥିଲେ ।

 

‘ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ କମ୍ବ ରାମାୟଣର ପଦ ଶୁଣିବା ଏପରି ଏକ ଅନୁଭୂତି ଯାହାକୁ ମୁଁ ସାରା ଜୀବନ ପାଇଁ ମନେ ରଖିବି । ଏହା ହେଉଛି ସେହି ମନ୍ଦିର ଯେଉଁଠି ମହାନ କମ୍ବନ୍ ପ୍ରଥମେ ତାଙ୍କ ରାମାୟଣକୁ ସର୍ବସାଧାରଣରେ ଉପସ୍ଥାପନ କରିଥିଲେ, ଯାହା କି ବେଶ୍ ଉଲ୍ଲେଖନୀୟ ।’



 SR



(Release ID: 1998504) Visitor Counter : 57