ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଦୋଦରାର ହର୍‌ନି ହ୍ରଦରେ ଡଙ୍ଗା ବୁଡ଼ି ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ଅନୁକମ୍ପାମୂଳକ ରାଶି ଘୋଷଣା କଲେ

Posted On: 18 JAN 2024 7:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଦୋଦରାର ହର୍‌ନି ହ୍ରଦରେ ଏକ ଡଙ୍ଗା ବୁଡ଼ି ଘଟଣାରେ ଲୋକଙ୍କ ଜୀବନହାନି   ଯୋଗୁ ଶୋକ ବ୍ୟକ୍ତ କରିଛନ୍ତି ।

 

ପ୍ରତି ମୃତକଙ୍କ ପରିବାରକୁ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବାକୁ ସେ ଘୋଷଣା କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

‘ଭଦୋଦରାର ହର୍‌ନି ହ୍ରଦରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ  ହୋଇଥିବା ଜୀବନହାନି ପାଇଁ ବ୍ୟଥିତ । ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ମୋର ସମବେଦନା । ଆହତଙ୍କ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା କରୁଛି ।

 

ପ୍ରତି ମୃତକଙ୍କ ପରିବାରକୁ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ ।’

 

 SR



(Release ID: 1997835) Visitor Counter : 63