ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୀତି ଆୟୋଗ ରିପୋର୍ଟ ଅନୁସାରେ ଗତ ୯ ବର୍ଷରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟତାରୁ ହଟିଥିବାରୁ ପ୍ରତି ଭାରତୀୟଙ୍କ ସମୃଦ୍ଧ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 15 JAN 2024 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବାଙ୍ଗୀନ ବିକାଶ ଦିଗରେ କାମ ଜାରି ରଖିବା ଏବଂ ପ୍ରତି ଭାରତୀୟଙ୍କ ପାଇଁ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

 

ସେ ଆଜି ନୀତି ଆୟୋଗ ଦ୍ୱାରା ଦାରିଦ୍ର‌୍ୟତା ଉପରେ ପ୍ରକାଶିତ ଏକ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି, ୨୦୦୫-୦୬ ପରଠାରୁ ଭାରତରେ ଏମ୍‌ପିଆଇରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ୨୦୧୩-୧୪ରେ ଏମ୍‌ପିଆଇ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮% ଥିଲା । ଏଥିରେ ଏବେ ୧୭.୮୯% ହ୍ରାସ ପାଇଛି । ଫଳରେ ଗତ ୯ ବର୍ଷରେ ୨୪.୮୨ କୋଟି ଲୋକ ଦାରିଦ୍ର‌୍ୟତାରୁ ମୁକୁଳିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବେଶ୍ ଉତ୍ସାହଜନକ, ସମାବେଶୀ ବିକାଶକୁ ଆଗକୁ ବଢ଼ାଇବା ଏବଂ ଆମ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ଏହା ଦର୍ଶାଏ । ଆମେ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ଜାରି ରଖିବୁ ଏବଂ ପ୍ରତି ଭାରତୀୟଙ୍କ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବୁ ।’

 

  SR



(Release ID: 1996677) Visitor Counter : 67