ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ନାସିକସ୍ଥିତ ଶ୍ରୀ କଳାରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି


ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

Posted On: 12 JAN 2024 3:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାସିକସ୍ଥିତ କଳାରାମ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀରାମ କୁଣ୍ଡରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

ଆଜି ନାସିକରେ ପରମ୍ପରା ଓ ପ୍ରଯୁକ୍ତି ବିଦ୍ୟାର ଏକ ଉଲ୍ଲେଖନୀୟ ସମାଗମ ହୋଇଥିଲା । ପ୍ରଧାନମନ୍ତ୍ରୀ ରାମାୟଣର ମହାକାବ୍ୟ କାହାଣୀ, ବିଶେଷ କରି 'ଯୁଦ୍ଧ କାଣ୍ଡ' ବିଭାଗ ଶୁଣିଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଦର୍ଶାଯାଇଛି । ଏହା ମରାଠୀରେ ଉପସ୍ଥାପିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଏଆଇ ଅନୁବାଦ ମାଧ୍ୟମରେ ହିନ୍ଦୀ ସଂସ୍କରଣ ଶୁଣିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ନାସିକର ଶ୍ରୀ କଳାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲି । ଦିବ୍ୟ ବାତାବରଣରେ ଅବିଶ୍ୱସନୀୟ ଆଶୀର୍ବାଦ ଅନୁଭବ କରୁଛି । ପ୍ରକୃତରେ ଏକ ନମ୍ର ଏବଂ ଆଧ୍ୟାତ୍ମିକ ଅନୁଭୂତି । ମୁଁ ମୋର ସାଥୀ ଭାରତୀୟଙ୍କ ଶାନ୍ତି ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି ।

ନାସିକର ରାମକୁଣ୍ଡରେ ଏକ ପୂଜାରେ ଭାଗ ନେଇଥିଲି ।

"ଶ୍ରୀ କଳାରାମ ମନ୍ଦିରରେ ସନ୍ଥ ଏକନାଥ ଜୀଙ୍କ ଦ୍ୱାରା ମରାଠୀ ଭାଷାରେ ଲିଖିତ ଭାବାର୍ଥ ରାମାୟଣର କଥା ଶୁଣିବାର ଗଭୀର ଅନୁଭୂତି ପାଇଥିଲି, ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ବିଜୟୀ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବିଷୟରେ ବର୍ଣ୍ଣନା କରାଯାଇଥିଲା । ଭକ୍ତି ଓ ଇତିହାସରେ ପରିପୂର୍ଣ୍ଣ ଏହି ପାଠ ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା ।

ସେ ନାସିକରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର କାଳଜୟୀ ଚିନ୍ତାଧାରା ଓ ଦୂରଦୃଷ୍ଟି ଆମକୁ ପ୍ରେରଣା ଦେଉଛି ।

 

***

SSP

 

 



(Release ID: 1995699) Visitor Counter : 71