ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଟି -୨ ପାଇଁ ବିଶ୍ୱ ସ୍ୱତନ୍ତ୍ର ପୁରସ୍କାର ଜିତିଥିବାରୁ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
Posted On:
23 DEC 2023 5:25PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିମାନବନ୍ଦର ବର୍ଗରେ ଆଭ୍ୟନ୍ତରୀଣ ୨୦୨୩ ପାଇଁ ବିଶ୍ୱ ସ୍ୱତନ୍ତ୍ର ପୁରସ୍କାର ଜିତିଥିବା କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର, ଟର୍ମିନାଲ ୨ ପାଇଁ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ଗତ ବର୍ଷ ଟର୍ମିନାଲ ଗୃହ ଉଦଘାଟନର ଫଟୋ ମଧ୍ୟ ସେୟାର କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
"ଏକ ପ୍ରଶଂସନୀୟ ସଫଳତା ! ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ।
କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ କେବଳ ଚଳଚଂଚଳ ସହର ବେଙ୍ଗାଲୁରୁର ପ୍ରବେଶ ଦ୍ୱାର ନୁହେଁ ବରଂ ସ୍ଥାପତ୍ୟ ପ୍ରତିଭାର ପ୍ରଦର୍ଶନ ମଧ୍ୟ ଅଟେ । ବିଶ୍ୱସ୍ତରୀୟ ଭିତ୍ତିଭୂମିକୁ କଳାତ୍ମକ ସୌନ୍ଦର୍ଯ୍ୟ ସହ ଯୋଡ଼ିବାରେ ଦେଶର ବଢୁଥିବା ଦକ୍ଷତାକୁ ଏହି ସଫଳତା ପ୍ରତିଫଳିତ କରୁଛି ।
ଏଠାରେ ଗତ ବର୍ଷ ଟର୍ମିନାଲ ଗୃହ ଉଦ୍ଘାଟନର ଝଲକ ଦେଖିବାକୁ ପାଇବେ ।
***
SSP
(Release ID: 1990031)
Visitor Counter : 71
Read this release in:
Kannada
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam