ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଇସ୍ରାଏଲ୍ - ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି

ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଛନ୍ତି

ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମାନବୀୟ ସହାୟତା ଏବଂ ସଂଘର୍ଷର ସମାଧାନର ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି

प्रविष्टि तिथि: 19 DEC 2023 6:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚାଲିଥିବା ଇସ୍ରାଏଲ୍ - ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତାକୁ ଦୋହରାଇବା ସହ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ସମେତ ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ ।

*****

SSP/Swadhin/PIBBBSR

 

 


(रिलीज़ आईडी: 1988461) आगंतुक पटल : 131
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam