ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ


“କାଶୀର ପୁନର୍ବିନ୍ୟାସ ନିମନ୍ତେ ସରକାର, ସମାଜ ଓ ସନ୍ଥ ସମାଜ ସମସ୍ତେ ଲାଗିପଡ଼ିଛନ୍ତି”

“ସ୍ୱରଲେଜ ମହାମନ୍ଦିର ଭାରତୀୟ ସାମାଜିକ ଓ ଆଧ୍ୟାତ୍ମିକ ଶକ୍ତିର ଏକ ଆଧୁନିକ ପ୍ରତୀକ”

“ଆଧ୍ୟାତ୍ମିକ ପରିବେଶରେ ଭାରତର ବିଜ୍ଞାନ, ସ୍ଥାପତ୍ୟ ଓ ଯୋଗ ଅକଳ୍ପନୀୟ ଶିଖର ଛୁଇଁଛି”

“ସମୟ ଚକ୍ର ଆଜି ପୁଣି ଘୂରିଛି ଓ ଭାରତ ଦାସତ୍ୱ ମାନସିକତାରୁ ମୁକ୍ତିପାଇ ଏହାର ଐତିହ୍ୟକୁ ନେଇ ପୁଣି ଗର୍ବ କରୁଛି”

“ବର୍ତ୍ତମାନ ବନରାସର ଅର୍ଥ ହେଲା ବିକାଶ, ଆଧୁନିକ ସୁବିଧା ସହ ଆସ୍ଥା, ପରିମଳ ଓ ଅବସ୍ଥାନ୍ତର”
ଏହା ନଅଟି ସଂକଳ୍ପ ଆଗକୁ ନେଉଛି

Posted On: 18 DEC 2023 12:47PM by PIB Bhubaneshwar

ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ତାଙ୍କର କାଶୀ ଗସ୍ତର ଦ୍ୱିତୀୟ ଦିନ ଓ କାଶୀରେ ବିତିଥିବା ପ୍ରତ୍ୟେକ କ୍ଷଣ ଅସ୍ୱାଭାବିକ ଅଭିଜ୍ଞତାରେ ପରିପୂର୍ଣ୍ଣ । ଦୁଇବର୍ଷ ତଳେ ଅଖିଳ ଭାରତୀୟ ବିହଙ୍ଗମ ଯୋଗ ସଂସ୍ଥାନର ବାର୍ଷିକ ଉତ୍ସବ ସମାରେହର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଶତବାର୍ଷିକୀ ସମାରୋହରେ ସାମିଲ ହେବା ନେଇ କୃତଜ୍ଞତା ଜଣାଇଥିଲେ । ଶହେ ବର୍ଷ ମଧ୍ୟରେ ବିହଙ୍ଗମ ଯୋଗ ସାଧନା ଏକ ଅଭୂଲା ଯାତ୍ରାର ପଥିକ ହୋଇପାରିଛି ବୋଲି କହିଥିଲେ । ସେ ବିଗତ ଶତାବ୍ଦୀରେ ମହର୍ଷି ସଦାଫଲ ଦେବ ଜୀଙ୍କ ଯୋଗ ପ୍ରତି ଅବଦାନର ଅବତାରଣା କରିବା ସହ ବିଶ୍ୱର ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନରେ ଦିବ୍ୟ ଆଲୋକର ପଥ ପ୍ରଦର୍ଶନ କରିଥିବା ପ୍ରକାଶ କରିଥିଲେ । ଏହିପରି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ ୨୫ ହଜାର କୁଣ୍ଡୀୟ ସ୍ୱରଲେଜ ଜ୍ଞାନ ମହାଯଜ୍ଞ କଥା ମଧ୍ୟ କହିଥିଲେ । କୁଣ୍ଡୀୟ ମହାଯଜ୍ଞକୁ ପ୍ରତ୍ୟେକ ଦାନ ବିକଶିତ ଭାରତର ସଂକଳ୍ପକୁ ମଜଭୁତ କରିବ ବୋଲି ସେ କହିଥିଲେ । ସେ ମଧ୍ୟ ମହିର୍ଷିଳ ସଦାଫଲ ଦେବଜୀ ମହାରାଜଙ୍କ ପ୍ରତି ନତମସ୍ତକ ହେବା ସହ ତାଙ୍କ ପଦାଙ୍କ ଅନୁସରଣକାରୀ ସମସ୍ତ ସାଧୁଙ୍କୁ ସମ୍ମାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ସରକାର, ସମାଜ ଓ ସନ୍ଥ ସମାଜର ମିଳିତ ଉଦ୍ୟମ କାଶୀର ଅବସ୍ଥାନ୍ତରରେ ସହାୟକ ହୋଇଛି ବୋଲି କହିଥିଲେ । ସ୍ୱରଭେଦ ମହାମନ୍ଦିର ଏଭଳି ସମ୍ମିଳିତ ଉତ୍ସାହାର ପ୍ରତୀକ ବୋଲି ସେ କହିଥିଲେ । ମନ୍ଦିର ଆଧ୍ୟାତ୍ମିକତା ଓ ଉକ୍ରର୍ଷର ଏକ ଦୃଷ୍ଟାନ୍ତ । “ସ୍ୱରଭେଦ ମହାମନ୍ଦିର ଭାରତୀୟ ସାମାଜିକ ଓ ଆଧ୍ୟାତ୍ମିକ ଶକ୍ତିର ଏକ ଆଧୁନିକ ପ୍ରତୀକ ବୋଲି ସେ କହିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ସମୃଦ୍ଧିକୁ ପ୍ରଧାନମନ୍ତ୍ରୀ ଏହାକୁ ଯୋଗ ଓ ଜ୍ଞାନତୀର୍ଥ ଭାବେ ଅଭିହିତ କରିଥିଲେ ।

ଭାରତର ଆର୍ଥିକ, ବସ୍ତୁଗତ ଓ ଆଧ୍ୟାତ୍ମିକ ଗୌରବ ଗାଥାର ସ୍ମରଣ କରି ଭାରତ ଭୌଗଳିକ ସମ୍ପ୍ରସାରଣ ଓ ଶୋଷଣ ନିମନ୍ତେ ବସ୍ତୁବାଦୀ ବିକାଶକୁ କେବେବି ପ୍ରାଧାନ୍ୟ ଦେଇନାହିଁ ବୋଲି କହିଥିଲେ । “ଆମେ ବସ୍ତୁବାଦୀ ପ୍ରଗତି ଆଧ୍ୟାତ୍ମିକ ଓ ମାନବିକ ପ୍ରତୀକକୁ ନେଇ ହାସଲ କରିଛୁ” ବୋଲି ସେ କହିଥିଲେ । ସେ ସଶକ୍ତ କାଶୀ, କୋଣାର୍କ ମନ୍ଦିର, ସାରନାଥ, ଗୟା ସ୍ତୁପ ଓ ନାଳନ୍ଦା ଏବଂ ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ । ଭାରତୀୟ ସ୍ଥାପତ୍ୟ ଏହି ସବୁ ଆଧ୍ୟାତ୍ମିକ ନିର୍ମାଣ ଯୋଗୁ ଅକଳ୍ପନୀୟ ଶିଖର ଛୁଇଁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ଭାରତୀୟ ବିଶ୍ୱାସ ଓ ଆସ୍ଥାର ଏସବୁ ପ୍ରତୀକ ଯୋଗୁ ଦେଶ ବୈଦେଶିକ ଆକ୍ରମଣକାରୀଙ୍କ ଶିକାର ହେଲା ଓ ସ୍ୱାଧୀନତା ପରେ ଏହାର ପୁନରୁଦ୍ଧାର ଆବଶ୍ୟକ ଥିଲା ବୋଲି କହିଥିଲେ । ଦେଶର ଐତିହ୍ୟ ପ୍ରତି ଗର୍ବିତ ନ ହେବା ଭଳି ଚିନ୍ତାଧାରାର ସମାଲୋଚନା କରିଥିଲେ । ଏହାର ପୁନରୁଦ୍ଧାର ହୋଇଥିଲେ ଏହା ଦେଶର ଐକ୍ୟକୁ ଆହୁରି ମଜଭୁତ କରିଥାନ୍ତା ଓ ଏଥିନେଇ ସେ ସ୍ୱାଧୀନତାର ଯୁଗ ବିତିଯାଇଥିଲେ ମଧ୍ୟ ସୋମନାଥ ମନ୍ଦିର ପୁନରୁଦ୍ଧାର କିପରି ଅବହେଳିତ ହୋଇଥିଲା ତାହାର ଉଦାହରଣ ଦେଇଥିଲେ । ଏଥିପାଇଁ ଦେଶ ହିନମନ୍ୟତାର ଶିକାର ହୋଇଥିଲା ବୋଲି ସେ କହିଥିଲେ । “ସମୟଚକ୍ର ଆଜି ପୁଣି ଘୂରିଛି ଓ ଭାରତ ଦାସତ୍ୱ ମାନସିକତାରୁ ମୁକ୍ତିପାଇ ଏହାର ଐତିହ୍ୟ ନେଇ ପୁଣି ଗର୍ବ କରୁଛି” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ସୋମନାଥରେ ହୋଇଥିବା କାର୍ଯ୍ୟ ଆଜି ସାମଗ୍ରିକ ଚାପ ନେଇଛି ଓ ଏହି ପରିପ୍ରେକ୍ଷୀରେ ସେ କାଶୀ ବିଶ୍ୱନାଥ ମନ୍ଦିର, ମହାକାଳ ମହାଲୋକ, କେଦାରନାଥ ଧାମ ଓ ବୁଦ୍ଧ ସର୍କିଟର ଉଦାହରଣ ନେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ରାମ ସର୍କିଟରେ ଚାଲୁଥିବା କାର୍ଯ୍ୟର ଉଦାହରଣ ନେଇ ଅଯୋଧ୍ୟାରେ ରାମ ମନ୍ଦିର ଖୁବଶୀଘ୍ର ଉଦଘାଟିତ ହେବ ବୋଲି କହିଥିଲେ ।

ଦେଶ ଯେତେବେଳେ ଏହାର ସାମାଜିକ ବାସ୍ତବତା ସହ ସାଂସ୍କୃତିକ ପରିଚୟକୁ ଏକାଠି କରି କାର୍ଯ୍ୟ କରେ, ସେତେବେଳେ ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ “ସେଥିପାଇଁ ଆଜି ଆମର ତୀର୍ଥଗୁଡ଼ିକର ପୁନର୍ବିନ୍ୟାସ ହେଉଛି ଓ ଭାରତ ଆଧୁନିକ ଭିତ୍ତିଭୂମି ଏହାର ସୃଷ୍ଟିରେ ପ୍ରୟୋଗ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ ପାଇଁ ସେ କାଶୀର ଉଦାହରଣ ଦେଇଥିଲେ । ନୂତନ କାଶୀ ବିଶ୍ୱନାଥ ଧାମ ପରିସର ଯାହା ଆଜି ଗତ ସପ୍ତାହରେ ଦୁଇବର୍ଷ ପୂରଣ କରିଛି, ଏହା ନଗରୀର ନିଯୁକ୍ତି ଓ ଅର୍ଥନୀତିକୁ ଏକ ନୂତନ ଦିଗ ଓ ଗତି ଦେଇଛି । ବର୍ତ୍ତମାନ ବନାରସର ଅର୍ଥ ହେଉଛି ବିକାଶ, ଆଧୁନିକ ସୁବିଧା ସହ ଆସ୍ଥା, ପରିମଳ ଓ ଅବସ୍ଥାନ୍ତର” ବୋଲି ଏହାର ସଂଯୋଗୀକରଣ ସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ । ସେ ଚାରିଥାକିଆ ସଡ଼କ, ଘେରିବନ୍ଧ ସଡ଼କ, ରେଳ ଷ୍ଟେସନର ଉନ୍ନତିକରଣ, ନୂତନ ଟ୍ରେନ, ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ଗଙ୍ଗାଘାଟର ପୁନର୍ବିନ୍ୟାସ, ଗଙ୍ଗାରେ ନୌବିହାର, ଆଧୁନିକ ହସ୍ପିଟାଲ, ନୂତନ ଓ ଆଧୁନିକ ଡାଏରୀ, ପ୍ରାକୃତିକ କୃଷି, ଯୁବାଗୋଷ୍ଠୀର ତାଲିମ ଓ ସଂସଦ ରୋଜଗାର ମେଳା ଉପରେ କରିଥିଲେ ।

ଆଧ୍ୟାତ୍ମିକ ଯାତ୍ରାରେ ଆଧୁନିକ ବିକାଶର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱରଭେଦ ମନ୍ଦିର ସହ ଚମକ୍ରାର ସଂଯୋଗିୀକରଣ ନଗରୀ ବାହାରେ ଥିବା ସତ୍ତ୍ୱେ ସମ୍ଭବ ହୋଇଛି ବୋଲି କହିଥିଲେ । ବନାରସକୁ ଆସୁଥିବା ଭକ୍ତମାନଙ୍କ ନିମନ୍ତେ ଏହା ଏକ ମୁଖ୍ୟ କେନ୍ଦ୍ର ହେବା ସହ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ନିମନ୍ତେ ନିଯୁକ୍ତି ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

“ବିହଙ୍ଗମ ଯୋଗ ସଂସ୍ଥାନ ଯେପରି ସମାଜସେବା କରୁଛି ସେପରି ଆଧ୍ୟାତ୍ମିକ କଲ୍ୟାଣ ପ୍ରତି ଉତ୍ସର୍ଗୀକୃତ ବୋଲି କହିବା ସହ ମହର୍ଷି ସଫଲଜଦେବଜୀ ଜଣେ ଯୋଗଭକ୍ତ ସାଧୁ ହେବା ସହ ସ୍ୱାଧୀନ ସଂଗ୍ରାମୀ ମଧ୍ୟ ଥିଲେ ବୋଲି କହିଥିଲେ । ସ୍ୱାଧୀନତାର ଅମୃତ କାଳରେ ତାଙ୍କ ସଂକଳ୍ପ ମଧ୍ୟ ପାଳନ କରାଯିବା ଆବଶ୍ୟକ । ପ୍ରଥମରେ ପ୍ରଧାନମନ୍ତ୍ରୀ ଜଳ ବଞ୍ଚାଓବା ଓ ଏହାର ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଦ୍ୱିତୀୟରେ ଡିଜିଟାଲ ଦେଣନେଣ ନେଇ ସଚେତନତା ସୃଷ୍ଟି, ତୃତୀୟ ସହର ଓ ଗ୍ରାମରେ ପରିମଳ ବ୍ୟବସ୍ଥା ବୃଦ୍ଧି, ଚତୁର୍ଥରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହନ, ପଞ୍ଚମରେ ପରିଭ୍ରମଣ ଓ ଭାରତର ଖୋଜ, ଷଷ୍ଠରେ ଚାଷୀମାନଙ୍କ ମଧ୍ୟରେ ଜୈବିକ କୃଷି ସଚେତନତା, ସପ୍ତମରେ ଦୈନନ୍ଦିନ ଜୀବନରେ ବଗଡ଼ା ଶସ୍ୟ ବା ଶ୍ରୀ ଅନ୍ନ, ଅଷ୍ଟମରେ କ୍ରୀଡ଼ା, ସୁସ୍ଥତା ଓ ଯୋଗକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରିବା ଓ ଶେଷରେ ଦେଶକୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନନ୍ୟ ଗୋଟିଏ ଗରୀବ ପରିବାରକୁ ସାହାଯ୍ୟ ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଧାର୍ମିକ ଲୋକଙ୍କୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନିବେଦନ କରିଥିଲେ । “ଏହା ଆମର ବ୍ୟକ୍ତିଗତ ସଂକଳ୍ପ ହେବା ଆବଶ୍ୟକ” ବୋଲି ସେ କହିଥିଲେ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ନାଥ ପାଣ୍ଡେ, ସଦଗୁରୁ ଆଚାର୍ଯ୍ୟ ଶ୍ରୀ ସ୍ୱତନ୍ତ୍ର ଦେବୋ ଜୀ ମହାରାଜ ଓ ସନ୍ଥ ପ୍ରଭାର ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

*******

SM/MB



(Release ID: 1988045) Visitor Counter : 74