କ୍ୟାବିନେଟ

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଇନୋଭେସନ ହ୍ୟାଣ୍ଡସେକ୍ ଜରିଆରେ ନବସୃଜନ ଇକୋସିଷ୍ଟମକୁ ବଢ଼ାଇବା ପାଇଁ ବୁଝାମଣା

ଗଭୀର ବୈଷୟିକ କ୍ଷେତ୍ରରେ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମକୁ ସୁଦୃଢ଼ କରିବା ଏବଂ ଆଇସିଇଟି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି

Posted On: 15 DEC 2023 7:36PM by PIB Bhubaneshwar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଅଭିନବ ବନ୍ଧୁତ୍ବ ମାଧ୍ୟମରେ ନବସୃଜନ ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ବୁଝାମଣାପତ୍ର (ଏମଓୟୁ)ର ଡ୍ରାଫ୍ଟକୁ ଅନୁମୋଦନ ମିଳିଛି।

 

ପଞ୍ଚମ ଭାରତ-ଆମେରିକା ବାଣିଜ୍ୟିକ ଆଲୋଜନା ମାର୍ଚ୍ଚ ୮ରୁ ୧୦ ମଧ୍ୟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋଙ୍କ ଗସ୍ତ ସମୟରେ ୨୦୨୩ ମାର୍ଚ୍ଚ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗାଣ ଶୃଙ୍ଖଳା, ଜଳବାୟୁ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା ସହଯୋଗ, ଅନ୍ତର୍ଭୁକ୍ତ ଡିଜିଟାଲ ଅର୍ଥନୀତିକୁ ଆଗେଇ ନେବା ଏବଂ ବିଶେଷକରି ଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର କୁ ସୁଗମ କରିବା ଉପରେ ରଣନୈତିକ ଧ୍ୟାନ ଦେଇ ବାଣିଜ୍ୟିକ ଆଲୋଚନାପୁନଃ ଆରମ୍ଭ କରାଯାଇଥିଲା । ଏଥିରେ ବାଣିଜ୍ୟିକ ଆଲୋଚନା ଅଧୀନରେ ପ୍ରତିଭା, ଉଦ୍ଭାବନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଆଇଆଇଜି) ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକାରୀ ଗୋଷ୍ଠୀ ଆଇସିଇଟିର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକର ପ୍ରୟାସକୁ ମଧ୍ୟ ସମର୍ଥନ କରିବ, ବିଶେଷକରି ସହଯୋଗ ପାଇଁ ନିର୍ଦ୍ଦିଷ୍ଟ ନିୟାମକ ପ୍ରତିବନ୍ଧକ ଚିହ୍ନଟ କରିବା ଏବଂ ମିଳିତ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ ଚିନ୍ତାଧାରା ମାଧ୍ୟମରେ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ସହିତ ଆମର ଉଦ୍ଭାବନ ଇକୋସିଷ୍ଟମ୍ ମଧ୍ୟରେ ଅଧିକ ସଂଯୋଗକୁ ପ୍ରୋତ୍ସାହିତ କରିବ।

 

ଜୁନ୍ ୨୦୨୩ରେ ରାଷ୍ଟ୍ରପତି ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଦ୍ୱାରା ପ୍ରକାଶିତ ମିଳିତ ବିବୃତିରେଏକ "ଇନୋଭେସନ ହ୍ୟାଣ୍ଡସେକ୍" ପ୍ରତିଷ୍ଠା ପାଇଁ କେନ୍ଦ୍ରିତ ପ୍ରୟାସକୁ ସ୍ୱାଗତ କରାଯାଇଛି ଯାହା ଦୁଇ ପକ୍ଷର ଗତିଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସଂଯୋଗ କରିବ, ସହଯୋଗର ନିର୍ଦ୍ଦିଷ୍ଟ ନିୟାମକ ପ୍ରତିବନ୍ଧକଗୁଡ଼ିକର ସମାଧାନ କରିବ ଏବଂ ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି (ସିଇଟି)ରେ ଉଦ୍ଭାବନ ଏବଂ ନିଯୁକ୍ତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଇନୋଭେସନ୍ ହ୍ୟାଣ୍ଡସେକ୍ ଅଧୀନରେ ସହଯୋଗକୁ ଆନୁଷ୍ଠାନିକ ରୂପ ଦେବା ଏବଂ ଏହି ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ୧୪, ୨୦୨୩ରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋଠାରେ ଇନୋଭେସନ ହ୍ୟାଣ୍ଡସେକ୍ ଉପରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଜି୨ଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

 

ସହଯୋଗର ପରିସରରେ ଭାରତ-ଆମେରିକା ଇନୋଭେସନ ହ୍ୟାଣ୍ଡସେକ୍ କାର୍ଯ୍ୟକ୍ରମ, ଘରୋଇ କ୍ଷେତ୍ର ସହିତ ରାଉଣ୍ଡ ଟେବୁଲ, ହାକାଥନ୍ ଏବଂ "ଓପନ୍ ଇନୋଭେସନ୍" କାର୍ଯ୍ୟକ୍ରମ, ସୂଚନା ଆଦାନପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ । ଏହି ବୁଝାମଣାପତ୍ର ରେ ୨୦୨୪ ପ୍ରାରମ୍ଭରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ହେବାକୁ ଥିବା ଦୁଇଟି ଭବିଷ୍ୟତର ଇନୋଭେସନ ହ୍ୟାଣ୍ଡସେକ୍ ଇଭେଣ୍ଟ ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଥିଲା, ଯେଉଁଥିରେ ଆମେରିକା ଏବଂ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକୁ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଉତ୍ପାଦଗୁଡ଼ିକୁ ବଜାରକୁ ନେବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ନିବେଶ ମଞ୍ଚ ଏବଂ ସିଲିକନ୍ ଭ୍ୟାଲିରେ ଏକ "ହ୍ୟାକାଥନ୍" ଅନ୍ତର୍ଭୁକ୍ତ ଅଛି ଯେଉଁଠାରେ ଆମେରିକା ଏବଂ ଭାରତୀୟ ଷ୍ଟାର୍ଟଅପଗୁଡିକ ବିଶ୍ୱ ଅର୍ଥନୈତିକ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଧାରଣା ଏବଂ ପ୍ରଯୁକ୍ତିବିଦ୍ୟା ଉପସ୍ଥାପନ କରିବେ ।

 

ଏହି ବୁଝାମଣାପତ୍ର ଉଚ୍ଚ ଜ୍ଞାନକୌଶଳ କ୍ଷେତ୍ରରେ ବାଣିଜ୍ୟିକ ସୁଯୋଗକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

HS



(Release ID: 1986935) Visitor Counter : 49