ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଝୋଟ ବା ଜୁଟ୍ ବର୍ଷ ୨୦୨୩-୨୪ ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର


ଏହି ନିଷ୍ପତ୍ତି ଝୋଟ ସେକ୍ଟରକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି କହିଛନ୍ତି ।

Posted On: 09 DEC 2023 10:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଟ୍ ବର୍ଷ ୨୦୨୩-୨୪ ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି । ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

 

ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ଏ ବାବଦରେ ଅଧିକ ବିବରଣୀ ତଳେ ମିଳିପାରିବ ।

 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ! ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ।’

 

  SR



(Release ID: 1984695) Visitor Counter : 60