ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ ଏବଂ ପୋଷଣ କରିବା ପାଇଁ ଇଣ୍ଡିଆ ଆର୍ଟ, ଆର୍କିଟେକ୍ଚର ଏବଂ ଡିଜାଇନ୍ ବିଏନାଲେ ଭଳି ଫୋରମ୍ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
Posted On:
08 DEC 2023 9:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲା ଠାରେ ଇଣ୍ଡିଆ ଆର୍ଟ, ଆର୍କିଟେକ୍ଚର ଆଣ୍ଡ ଡିଜାଇନ ବିଏନାଲେ (କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ର ବୃହତ୍ ପ୍ରଦର୍ଶନୀ ) ର ଝଲକ ପୋଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
ଆଜି ଇଣ୍ଡିଆ ଆର୍ଟ, ଆର୍କିଟେକ୍ଚର ଆଣ୍ଡ ଡିଜାଇନ ବିଏନାଲ ପରିଦର୍ଶନ କରି ବେଶ୍ ଆନନ୍ଦିତ । ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ ଏବଂ ପୋଷଣ କରିବାରେ ଏଭଳି ମଞ୍ଚ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପରମ୍ପରାର ଜୀବନ୍ତ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସୃଜନଶୀଳ ମନକୁ ଏକାଠି କରିବା, ପ୍ରେରଣା ଦେବା ଏବଂ ବଜାୟ ରଖିବା ପାଇଁ ସେଗୁଡିକ ଏକ ଅନନ୍ୟ ମଂଚ ପ୍ରଦାନ କରନ୍ତି ।
**
SSP
(Release ID: 1984597)
Visitor Counter : 93
Read this release in:
English
,
Urdu
,
Hindi
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam