ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଖ୍ୟାତ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି

Posted On: 08 DEC 2023 9:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ସେ ଟ୍ୱିଟ୍ କରି ଲେଖିଛନ୍ତି, କିମ୍ବଦନ୍ତୀ କନ୍ନଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଲୀଲାବତୀଜୀଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ସେ ସିନେମାର ଜଣେ ପ୍ରକୃତ ଆଇକନ୍ ଭାବେ ପରିଚିତ ଅନେକ ଚଳଚ୍ଚିତ୍ରରେ ନିଜର ବହୁମୁଖୀ ଅଭିନୟ କରି ରୂପେଲି ପରଦାକୁ ଆସିଥିଲେ । ତାଙ୍କର ବିବିଧ ଭୂମିକା ଏବଂ ଉଲ୍ଲେଖନୀୟ ପ୍ରତିଭା ସର୍ବଦା ସ୍ମରଣୀୟ ଏବଂ ପ୍ରଶଂସିତ ହେବ । ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ରହିଛି । ଓମ୍ ଶାନ୍ତି ।

**

SSP



(Release ID: 1984593) Visitor Counter : 64