ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର କୂଟନୈତିକ ପ୍ରୟାସ ବିଶ୍ୱସ୍ତରରେ ଏକ ଆତ୍ମବିଶ୍ୱାସୀ ତଥା ଦକ୍ଷ ରାଷ୍ଟ୍ର ଭାବେ ଚିତ୍ରଣ କରୁଛି: ପ୍ରଧାନମନ୍ତ୍ରୀ

Posted On: 17 NOV 2023 1:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ ଭାରତର ଉପଲବ୍ଧିକୁ ରେଖାଙ୍କିତ କରାଯାଇଥିବା ଏକ ଆର୍ଟିକଲ ସେୟାର କରିଛନ୍ତି, ଯେଉଁଥିରେ ସଫଳ ଜି୨୦ ଅଧ୍ୟକ୍ଷତା, ଚନ୍ଦ୍ର ମିଶନ  ସାମିଲ ସହ କୋଭିଡ୍‌-୧୯ ପରେ ଦେଶ ବିକାଶର ଟ୍ରାକ୍‌କୁ ଫେରିବା ଏବଂ ଦ୍ରୁତ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହି ଆର୍ଟିକଲ ଲେଖିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବିଦେଶ ମନ୍ତ୍ରୀ ଡ. ଜୟଶଙ୍କରଙ୍କ ଆର୍ଟିକଲ ୨୦୨୩ରେ ଭାରତର ସଫଳତାକୁ ବର୍ଣ୍ଣନା କରିଛି । ଏଥିରେ ସଫଳ ଜି-୨୦ ଅଧ୍ୟକ୍ଷତା, ଚନ୍ଦ୍ରମିଶନ, କୋଭିଡ୍‌-୧୯ ପରବର୍ତ୍ତୀ ପୁନଃଉତ୍ଥାନ ଏବଂ ଦ୍ରୁତ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି ।

 

ଭାରତର କୂଟନୈତିକ ପ୍ରୟାସ ବିଶ୍ୱସ୍ତରରେ କିପରି ଏକ ଆତ୍ମବିଶ୍ୱାସୀ ତଥା ଦକ୍ଷ ରାଷ୍ଟ୍ର ଭାବେ ଚିତ୍ରଣ କରୁଛି ତାହା ଏଥିରେ ଦର୍ଶାଯାଇଛି ।’

 

 SR


(Release ID: 1977608) Visitor Counter : 110