ପୋଷ୍ଟ କରାଯିବା ଦିନାଙ୍କ:
04 NOV 2023 10:29AM by PIB Bhubaneswar
ନେପାଳରେ ହୋଇଥିôବା ଭୂମିକମ୍ପରେ ଲୋକଙ୍କ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
ନେପାଳ ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏଥିସହ ସେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନେପାଳ ଭୂମିକମ୍ପରେ ଲୋକଙ୍କ ପ୍ରାଣହାନି ଏବଂ କ୍ଷୟକ୍ଷତି ପାଇଁ ଗଭୀର ଦୁଃଖିତ । ନେପାଳ ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା କରିବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାରକୁ ସମବେଦନା । ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।’
SR