ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ମହିଳା ଡିସ୍କସ ଥ୍ରୋ ରେ ରୌପ୍ୟ ପଦକ ଜିତିଥିବାରୁ ପୂଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 9:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ଡିସ୍କସ ଥ୍ରୋ-ଏଫ୍ ୫୪/୫୫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପୂଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ତାଙ୍କ ସମର୍ପଣ ମନୋଭାବ ଭାରତକୁ ଗର୍ବିତ କରିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ମହିଳା ଡିସ୍କସ୍ ଥ୍ରୋ-ଏଫ୍ ୫୪/୫୫ ଇଭେଣ୍ଟରେ ପୂଜାଙ୍କ ଚମତ୍କାର ପ୍ରଦର୍ଶନ। ତାଙ୍କ ସମର୍ପଣ ଏବଂ ଦକ୍ଷତା ଭାରତକୁ ଗୌରବାନ୍ବିତ କରିଛି ଓ ଏକ ଆନନ୍ଦର ମୁହୂର୍ତ୍ତ ପ୍ରଦାନ କରିଛି ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ

 

 

BS



(Release ID: 1972184) Visitor Counter : 53