ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସ ୨୦୨୨ ରେ ସଟପୁଟ୍‌ ଏଫ୍ -୫୬/୫୭ ବର୍ଗ ଇଭେଣ୍ଟରେ ହୋତୋଜେ ଦେନା ହୋକାଟୋ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 7:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ସଟ୍ପୁଟ ଏଫ୍ -୫୬/୫୭ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହୋତୋଜେ ଦେନା ହୋକାଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ସଟପୁଟ୍ ଏଫ୍-୫୬/୫୭ ବର୍ଗରେ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ ପାଇଁ ହୋତୋଜେ ଦେନା ହୋକାଟୋଙ୍କୁ ଅଭିନନ୍ଦନ।

ତାଙ୍କ ଅବିଶ୍ୱସନୀୟ ମନୋବଳ ଓ ଶକ୍ତି ପାଇଁ ଭାରତ ଗର୍ବିତ। ତାଙ୍କର ଆଗାମୀ ଯାତ୍ରା ଆହୁରି ଗୌରବମୟ ହେବା ସହିତ ବିଜୟ ଲାଭ କରନ୍ତୁ।

BS



(Release ID: 1972017) Visitor Counter : 65