ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 10:12PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର ଟି-୧୩ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଶଙ୍କରାପ୍ପାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ସେ କହିଛନ୍ତି, ଶଙ୍କରାପ୍ପାଙ୍କ ପ୍ରଦର୍ଶନ ଏବଂ ନିଷ୍ଠା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ରେରଣା ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ପୁରୁଷ ୧୫୦୦ ମିଟର ଟି-୧୩ରେ ଏହି ଚମତ୍କାର ରୌପ୍ୟ ପଦକ ହାସଲ ପାଇଁ ଶଙ୍କରାପ୍ପାଙ୍କୁ ଅଭିନନ୍ଦନ । ତାଙ୍କ ଅବିଶ୍ୱସନୀୟ ପ୍ରଦର୍ଶନ ଏବଂ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ଆଗାମୀ ଉଦ୍ୟମ ପାଇଁ ଶୁଭକାମନା ।’
SR