ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୭ ତାରିଖ ଦିନ ମଧ୍ୟ ପ୍ରଦେଶର ଚିତ୍ରକୂଟ ଗସ୍ତ କରିବେ


ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟର ଅନେକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ

ପ୍ରଧାନମନ୍ତ୍ରୀ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ

ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ମଧ୍ୟ ତୁଳସୀ ପୀଠ ଗସ୍ତ କରି କଞ୍ଚ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ

Posted On: 26 OCT 2023 8:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଅକ୍ଟୋବର ୨୦୨୩ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ ।

ଅପରାହ୍ଣ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେପହଂଚି ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଠାରେ କେତେକ କାର୍ଯ୍ୟକ୍ରମରେଯୋଗଦେବେ । ସେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବାପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ଯାଇ ଦିବଂଗତ ଶ୍ରୀ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପରେ ସେମଧ୍ୟ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀସମାରୋହ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ସଦଗୁରୁସେବା ସଂଘ ଟ୍ରଷ୍ଟ ପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜାଙ୍କ ଦ୍ୱାରା୧୯୬୮ରେ ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ଅରବିନ୍ଦ ଭାଇ ମଫତଲାଲପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜଙ୍କ ଦ୍ୱାରା ବିଶେଷ ଭାବେଅନୁପ୍ରାଣିତ ହୋଇ ଟ୍ରଷ୍ଟ ସ୍ଥାପନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ ।

ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତ୍ତୋର ଭାରତବର୍ଷରେ ଜଣେଅଗ୍ରଣୀ ଉଦ୍ୟୋଗପତି ଥିଲେ ଓ ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରିଥିଲେ ।

ଚିତ୍ରକୂଟ ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ତୁଳସୀ ପୀଠ ପରିଦର୍ଶନକରିବେ । ସେ କଞ୍ଚ ମନ୍ଦିର ଠାରେ ପ୍ରାୟ ଅପରାହ୍ଣ ୩.୧୫ ମିନିଟରେପୂଜାର୍ଚ୍ଚନା ଓ ଦର୍ଶନ କରିବେ । ସେ ତୁଳସୀ ପୀଠରେ ଜଗତଗୁରୁରାମାନନ୍ଦାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଏକ ସାଧାରଣକାର୍ଯ୍ୟକ୍ରମରେ ଯୋଗଦେଇ ତିନିଟି ପୁସ୍ତକ ଉନ୍ମୋଚନ କରିବେ । ସେଗୁଡ଼ିକ ହେଲା ‘ଅଷ୍ଟାଧ୍ୟାୟୀ ଭାଷ୍ୟ’, ‘ରାମଚନ୍ଦ୍ରାଚାର୍ଯ୍ୟ ଚରିତମ’ ଓ ‘ଶ୍ରୀକ୍ରିଷ୍ଣ କୀ ରାଷ୍ଟ୍ରଲୀଳା’ ।

ମଧ୍ୟ ପ୍ରଦେଶସ୍ଥିତ ଚିତ୍ରକୂଟରେ ଅବସ୍ଥିତ ତୁଳସୀ ପୀଠ ହେଉଛି ଏକଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ସାମାଜିକ ସେବା ପ୍ରତିଷ୍ଠାନ । ଜଗତଗୁରୁରାମଚନ୍ଦ୍ରାଚାର୍ଯ୍ୟ ଏହାକୁ ୧୯୮୭ରେ ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମସାହିତ୍ୟ ପ୍ରକାଶରେ ତୁଳସୀ ପୀଠ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ।

********

SM/MB



(Release ID: 1971717) Visitor Counter : 77