ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ବ୍ୟାଡମିଣ୍ଟନ ମିକ୍ସଡ୍‌ ଡବଲ୍ସରେ ବ୍ରୋଞ୍ଜ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶିବରାଜନ ଏବଂ ନିତ୍ୟା ଶ୍ରୀ ସିଭାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 10:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ମିକ୍ସଡ ଡବଲ୍ସ ଏସଏଚ୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଶିବରାଜନ ଏବଂ ନିତ୍ୟା ଶ୍ରୀ ଶିଭାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏହି ସଫଳତା ସେମାନଙ୍କ କଠିନ ପରିଶ୍ରମର ପ୍ରମାଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସରେ ବ୍ୟାଡମିଣ୍ଟନ ମିକ୍ସଡ ଡବଲ୍ସ ଏସଏଚ୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଁ ଶିବରାଜନ ଏବଂ ନିତ୍ୟା ସ୍ରେ ଶିଭାନଙ୍କୁ ଅଭିନନ୍ଦନ

ସେମାନଙ୍କର ମିଳିତ ଉତ୍କର୍ଷତା ଏବଂ ସମନ୍ୱୟ ଏକ ଅବିସ୍ମରଣୀୟ ଛାପ ଛାଡିଛି ଏଭଳି ବଡ଼ ସଫଳତା ସେମାନଙ୍କ କଠିନ ପରିଶ୍ରମର ପ୍ରମାଣ। ସେମାନଙ୍କ ସଫଳତା ପାଇଁ ଭାରତ ଗର୍ବିତ।

 

BS

 


(ରିଲିଜ ଆଡି: 1971654) ପରିଦର୍ଶକ କାଉଣ୍ଟର : 112