ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ତୀରନ୍ଦାଜ ପୁରୁଷ ଡବଲ୍ସ -ଡବ୍ଲ୍ୟୁ୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଆଦିଲ ମହମ୍ମଦ ନାଜିର ଅନ୍‌ସାରୀ ଏବଂ ନବୀନ ଦଲାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 26 OCT 2023 11:47AM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ତୀରନ୍ଦାଜ ପୁରୁଷ ଡବଲ୍ସ -ଡବ୍ଲ୍ୟୁ୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଆଦିଲ ମହମ୍ମଦ ନାଜିର ଅନ୍‌ସାରୀ ଏବଂ ନବୀନ ଦଲାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ତୀରନ୍ଦାଜ ପୁରୁଷ ଡବଲ୍ସ -ଡବ୍ଲ୍ୟୁ୧ ପ୍ରତିଯୋଗିତାରେ ଚମତ୍କାର ବ୍ରୋଞ୍ଜ ପଦକ ଜିତିଥିବା ଆଦିଲ ମହମ୍ମଦ ନାଜିର ଅନ୍‌ସାରୀ ଏବଂ ନବୀନ ଦଲାଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

 

ସେମାନଙ୍କ ଲକ୍ଷ୍ୟ, ଟିମୱର୍କ ଏବଂ ନିରନ୍ତର ନିଷ୍ଠା ଆମ ଦେଶ ପାଇଁ ସମ୍ମାନ ଆଣିଦେଇଛି । ସେମାନେ ସର୍ବଦା ଉଚ୍ଚ ଲକ୍ଷ୍ୟ ରଖନ୍ତୁ । ଭାରତ ଏହି ଉଲ୍ଲେଖନୀୟ ସଫଳତାକୁ ଗର୍ବର ସହ ପାଳୁଛି ।’

 

SR


(रिलीज़ आईडी: 1971446) आगंतुक पटल : 98
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam