ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ-କ୍ଲାସ ୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଭଭିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 25 OCT 2023 1:29PM by PIB Bhubaneswar

ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ-କ୍ଲାସ ୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଭଭିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆଗକୁ ବଢ଼ୁଥିବା ଆଥଲେଟମାନଙ୍କ ପାଇଁ ପ୍ରକୃତ ପ୍ରେରଣା । ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ-କ୍ଲାସ ୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଭଭିନା ପଟେଲଙ୍କୁ ଅଭିନନ୍ଦନ । ତାଙ୍କ ଅସାଧାରଣ ପ୍ରତିଭା ଏବଂ ନିରନ୍ତର ପ୍ରତିବଦ୍ଧତା ଆମ ଦେଶକୁ ଗର୍ବିତ କରିଛି ।’

 

SR


(रिलीज़ आईडी: 1971270) आगंतुक पटल : 101
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada