ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସରେ ମହିଳା ୪୦୦ ମିଟର ଟି୨୦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବାରୁ ଦୀପ୍ତି ଜୀବନଞ୍ଜିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 24 OCT 2023 1:39PM by PIB Bhubaneshwar

ଏସୀୟ ପାରା ଗେମ୍ସରେ ମହିଳା ୪୦୦ ମିଟର ଟି୨୦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବାରୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ୱାଟର ମିଲର ଦୀପ୍ତି ଜୀବନଞ୍ଜିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା ଏବଂ ଟ୍ରାକରେ ତାଙ୍କ ଉତ୍ସାହ ଅତୁଳନୀୟ ଥିଲା ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଦୀପ୍ତି ଜୀବାଞ୍ଜିଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ! ଏସୀୟ ପାରା ଗେମ୍ସରେ ମହିଳା ୪୦୦ ମିଟର-ଟି୨୦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଦୀପ୍ତିଙ୍କୁ ଅଭିନନ୍ଦନ । ଟ୍ରାକରେ ତାଙ୍କ ଉତ୍ସାହ ଅତୁଳନୀୟ ଥିଲା, ଯାହା କି ଦର୍ଶକଙ୍କୁ ଚକିତ କରିଥିଲା । ଆମ ସମସ୍ତଙ୍କୁ ଗର୍ବିତ କରିଥିôବାରୁ ଦୀପ୍ତିଙ୍କୁ ଶୁଭେଚ୍ଛା ।’

 

SR



(Release ID: 1971226) Visitor Counter : 52