ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱର ନମ୍ବର ୧ ମାଗନସ୍ କାର୍ଲସେନଙ୍କ ବିପକ୍ଷରେ ବିଜୟ ପାଇଁ କାର୍ତ୍ତିକେୟନ୍ ମୁରଲୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 19 OCT 2023 6:27PM by PIB Bhubaneshwar

କାତାର ମାଷ୍ଟର୍ସ ୨୦୨୩ରେ ବିଶ୍ୱର ନମ୍ବର ୧ ମାଗନସ୍ କାର୍ଲସେନ ବିପକ୍ଷରେ ବିଜୟ ପାଇଁ କାର୍ତ୍ତିକେୟନ ମୁରଲୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

କାତାର ମାଷ୍ଟର୍ସ ୨୦୨୩ରେ ଉତ୍କର୍ଷତା ପାଇଁ କାର୍ତ୍ତିକେୟନ ମୁରଲୀଙ୍କୁ ଅଭିନନ୍ଦନ । ତାଙ୍କର ଏହି ସଫଳତା ଭାରତକୁ ଗର୍ବିତ କରିଛି ।

 

ସେ ଚେସ୍ ଚାମ୍ପିୟନ ତଥା ବିଶ୍ୱର ନମ୍ବର ୧ ମାଗନସ୍ କାର୍ଲସେନଙ୍କୁ ପରାସ୍ତ କରି ଅବିଶ୍ୱସନୀୟ ସଫଳତା ହାସଲ କରିଛନ୍ତି ।

 

ସେ ଏପରି ଚମତ୍କାର ଜାରି ରଖନ୍ତୁ । ପରବର୍ତ୍ତୀ ରାଉଣ୍ଡ ପାଇଁ ତାଙ୍କୁ ଶୁଭେଚ୍ଛା ।’’

 

SR



(Release ID: 1969322) Visitor Counter : 65