ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏନଏସଜି ପ୍ରତିଷ୍ଠା ଦିବସରେ ଏନଏସଜି କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 16 OCT 2023 3:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି)ର ପ୍ରତିଷ୍ଠା ଦିବସରେ ଏହାର କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ସମସ୍ତ ସମସ୍ତ ସାହସୀ ଯବାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ସେମାନଙ୍କ କର୍ତ୍ତବ୍ୟରେ ଅତୁଳନୀୟ ଦାୟିତ୍ୱବୋଧ, ଆମ ଦେଶ ପ୍ରତି ଗଭୀର ପ୍ରେମ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଏନଏସଜି କର୍ମଚାରୀଙ୍କୁ ଏହାର ପ୍ରତିଷ୍ଠା ଦିବସରେ ଶୁଭକାମନା । ଏନଏସଜି ବ୍ଲାକ୍ କ୍ୟାଟ୍ସ ଆମକୁ ବିଭିନ୍ନ ବିପଦରୁ ରକ୍ଷା କରି ନିଜକୁ ଏକ ଅସାଧାରଣ ଶକ୍ତି ଭାବେ ପ୍ରତିଷ୍ଠିତ କରିଛନ୍ତି ।

 

ଏହି ବିଶେଷ ଅବସରରେ ମୁଁ ଫୋର୍ସର ସମସ୍ତ ସାହସୀ କର୍ମଚାରୀଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ସେମାନଙ୍କ କର୍ତ୍ତବ୍ୟରେ ଅତୁଳନୀୟ ଦାୟିତ୍ୱବୋଧ, ଆମ ଦେଶ ପ୍ରତି ଗଭୀର ପ୍ରେମ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି ।’

SR



(Release ID: 1968303) Visitor Counter : 64