ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ନୌସେବା ଆରମ୍ଭ


ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବା ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ

“ଭାରତ ଓ ଶ୍ରୀଲଙ୍କା’ କୂଟନୈତିକ ଓ ଆର୍ଥିକ ସମ୍ପର୍କରେ ଆରମ୍ଭ ହେଲା ଏକ ନୂତନ ଅଧ୍ୟାୟ”

“ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ସୁଦୃଢ଼ କରିଛି”

“ସଂଯୋଗୀକରଣ କେବଳ ଦୁଇ ନଗରୀ ମଧ୍ୟରେ ସୀମାବଦ୍ଧ ନୁହେଁ, ଏହା ମଧ୍ୟ ଆମ ଦେଶ, ଜନସାଧାରଣ ଓ ହୃଦୟକୁ ଯୋଡ଼ିଥାଏ”

“ପ୍ରଗତି ଓ ବିକାଶର ଭାଗିଦାରୀ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମଜବୁତ ସ୍ତମ୍ଭ”

“ଭାରତ ସହାୟତାରେ ଶ୍ରୀଲଙ୍କାରେ ତ୍ୱରାନ୍ୱିତ ହୋଇଥିବା ପ୍ରକଳ୍ପ ଜନସାଧାରଣଙ୍କ ହୃଦୟକୁ ଛୁଇଁଛି”

Posted On: 14 OCT 2023 8:58AM by PIB Bhubaneshwar

ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବା ସହ ସମ୍ବୋଧନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗାପଟ୍ଟିନମ୍ ଓ କାନକେସନଥୁରାଇ ମଧ୍ୟରେ ନୌସେବାର ଉଦ୍‌ଘାଟନ ‌ଯୋଗୁଁ  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଓ ଆର୍ଥିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସଭ୍ୟତାର ଇତିହାସ ଉପରେ ଅବଲୋକନ କରି ଶ୍ରୀ ମୋଦୀ କହିଥିଲେ ଯେ ନାଗାପଟ୍ଟିନମ୍ ଓ ଆଖାପାଖ ନଗରୀଗୁଡିକ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଜଣାଶୁଣା । ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶଗୁଡିକ ସହ ଏହି ବାଣିଜ୍ୟିକ ସମ୍ପର୍କ ରହିଥିବାବେଳେ ପ୍ରାଚୀନ ତାମିଲ ସାହିତ୍ୟରେ ପୁମ୍‌ପୁହର ଐତିହାସିକ ବନ୍ଦରର ଉଲ୍ଲେଖ ମଧ୍ୟ ରହିଛି ।

ସେ ମଧ୍ୟ ସଂଗମ ଯୁଗ ସାହିତ୍ୟରେ ପାଟିନାପାଲ୍ଲାଇ ଓ ମଣିମେକଲାର ବିଷୟ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ନୌକା ଯାତାୟତ ନେଇ ସୂଚନା ଦେଇଥାଏ । ଶ୍ରୀ ମୋଦୀ ମଧ୍ୟ ମହାନ୍ କବି ସୁବ୍ରମନିୟମ ଭାରତୀଙ୍କ ସଙ୍ଗୀତ ‘ସିନ୍ଧୁ ନଧିୟିନୀ ମିଶାଇ’ଯାହା ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ସେତୁର ବର୍ଣ୍ଣନା ତାହାର ଅବତାରଣା କରିଥିଲେ । ଏହି ନୌସେବା ସମସ୍ତ ଐତିହାସିକ ଓ ସାଂସ୍କୃତିକ ସଂଯୋଗକୁ ପୁଣି ଜୀବନ୍ତ କରିଦେଇଛି ବୋଲି ସେ କହିଥିଲେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ବିକ୍ରମ ସିଂଘେଙ୍କ ନିକଟରେ ଭାରତ ଗସ୍ତ କାଳରେ ସଂଯୋଗୀକରଣକୁ ମୁଖ୍ୟ ବିଷୟ ବିବେଚନା କରି ଆର୍ଥିକ ଭାଗିଦାରିତା ଉପରେ ଏକ ଯୁଗ୍ମ ଦୃଶ୍ୟପତ୍ର ମଧ୍ୟ ତିଆରି ହୋଇଥିବା ଶ୍ରୀ ମୋଦୀ କହିଥିଲେ । “ସଂଯୋଗୀକରଣ କେବଳ ଦୁଇ ନଗରୀକୁ ଯୋଡୁନାହିଁ, ଏହା ଆମର ଦେଶ, ଜନସାଧାରଣ ଓ ହୃଦୟକୁ ମଧ୍ୟ ଯୋଡୁଛି” ବୋଲି ଶ୍ରୀ ମୋଦୀ କହିଥିଲେ । ସଂଯୋଗୀକରଣ, ବାଣିଜ୍ୟ, ପର୍ଯ୍ୟଟନ ଓ ଜନସମ୍ପର୍କ  ବୃଦ୍ଧି କରିବା ସହ ଉଭୟ ଦେଶର ଯୁବଗୋଷ୍ଠୀ ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରି

ଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପରେ ୨୦୧୫ରେ ଶ୍ରୀଲଙ୍କା ଗସ୍ତ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ପରେ ପରେ ଶ୍ରୀଲଙ୍କାରୁ ତୀର୍ଥନଗରୀ କୁଶୀନଗରକୁ ପ୍ରଥମ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ଉତ୍ସବଭାବେ ପାଳନ କରାଯାଇଥିଲା । ୨୦୧୯ରେ ଜାଫୁନା-ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଏବେ ନାଗାପଟ୍ଟିନମ୍ ଓ କନକେ୍‌ସନଥୁରାଇ  ମଧ୍ୟରେ ନୌସେବା ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମୋଦୀ କହିଥିଲେ ।

“ଆମର ସଂଯୋଗୀକରଣର ଦୂରଦୃଷ୍ଟି କେବଳ ପରିବହନ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ । ଭାରତ ଓ ଶ୍ରୀଲଙ୍କା ଅନ୍ତରଙ୍ଗ ଭାବେ ଅ୍ରାହୁରି ଅନେକ କ୍ଷେତ୍ର ଯେପରିକି ଫିନ-ଟେକ ଓ ଶକ୍ତି କ୍ଷେତ୍ରରେ ମଧ୍ୟ ଅଂଶୀଦାର ହୋଇଛନ୍ତି। ୟୁପିଆଇ ଯୋଗୁଁ ଡିଜିଟାଲ ଦେଣନେଣ ଏକ ଜନ ଆନ୍ଦୋଳନ ଓ ଜୀବନଧାରା ପାଲଟି ଯାଇଥିବାରୁ ଉଭୟ ଦେଶ   ସରକାର ଫିନ୍ ଟେକ କ୍ଷେତ୍ରରେ ଭାରତର ୟୁପିଆଇ ଓ ଶ୍ରୀଲଙ୍କା ମଧ୍ୟରେ ସଂଯୋଗ ରଖିବା ପାଇଁ ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ଶକ୍ତି ଓ ସୁରକ୍ଷା ଓ ନିର୍ଭରଶୀଳତା ବୃଦ୍ଧି ନେଇ ଦୁଇ ଦେଶ ମଧ୍ୟରେ ଶକ୍ତି ଗ୍ରୀଡ୍ ସଂଯୋଗ ନେଇ ଚେଷ୍ଟା ଚାଲିଛି ଓ ଉଭୟ ଦେଶର ବିକାଶ ଯାତ୍ରାରେ ଏହା ସହାୟକ ହେବ ।

ଭାରତ ଓ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତି ଓ ବିକାଶ ନେଇ ଭାଗଦାରିତା ଏକ ମଜବୁତ ଖମ୍ଭ ସଦୃଶ । “କାହାକୁ ମଧ୍ୟ ବାଦ ନ ଦେଇ ସମସ୍ତଙ୍କୁ ବିକାଶ ଧାରାରେ ସାମିଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀଲଙ୍କାରେ ଭାରତ ସହାୟତାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ସମସ୍ତଙ୍କ ମନକୁ ଛୁଇଁଛି । ଗୃହ ନିର୍ମାଣ, ଜଳ, ସ୍ୱାସ୍ଥ୍ୟ ଓ ଜୀବିକାର ସହାୟତାକୁ ନେଇ ଅନେକ ପ୍ରକଳ୍ପ ଦେଶର ଉତ୍ତର କ୍ଷେତ୍ରରେ ସମ୍ପୂର୍ଣ୍ଣ ହୋଇଛି ଓ କାନକେସନଥୁରାଇ ବନ୍ଦରର ସମ୍ପ୍ରସାରଣର  ସହାୟତା ଯୋଗୁଁ ସେ ମଧ୍ୟ ଆନନ୍ଦ ପ୍ରକଟ କରିଥିଲେ । ସେ ଉତ୍ତରରୁ ଦକ୍ଷିଣକୁ ରେଳପଥ ସଂଯୋଗ ହେଉ ବା  ଐତିହ୍ୟ ସମ୍ପନ୍ନ ଜାଫଥା ସାଂସ୍କୃତିକ କେନ୍ଦ୍ରର ନିର୍ମାଣ, ଶ୍ରୀଲଙ୍କାର ସବୁଆଡେ ଆମ୍ବୁଲାନ୍ସ ସେବାର ସମ୍ପ୍ରସାରଣ ଆମେ ସବୁଆଡେ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ  ସବ୍‌କା ପ୍ରୟାସ”ଭାବନା  ଦେଇ କାର୍ଯ୍ୟ କରୁଛୁ ବୋଲି ଶ୍ରୀମୋଦୀ କହିଥିଲେ।

ନିକଟରେ ଭାରତ ଆୟୋଜନ କରିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ପ୍ରାଧାନ୍ୟ ଦେଇଥିବା ବସୁଧୈବ କୁଟୁମ୍ବକମ୍ ଭଳି ଭାରତର ଲକ୍ଷକୁ ଆନ୍ତର୍ଜାତିକ ଗୋଷ୍ଠୀ ସ୍ୱାଗତ କରିଥିଲେ । ଏହି ଦୂରଦୃଷ୍ଟି ପଡୋଶୀ ରାଷ୍ଟ୍ରର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛି  । ସେ ମଧ୍ୟ ଭାରତ-ମଧ୍ୟପ୍ରାଚ୍ୟ ଆର୍ଥିକ କରିଡରର ଆରମ୍ଭ ଯାହା ଜି-୨୦ ଶିଖର ବୈଠକ କାଳରେ ଗ୍ରହଣ କରାଯାଇଥିଲା ତାହା ସେ ସବୁ ଅଞ୍ଚଳରେ ବ୍ୟାପକ ଆର୍ଥିକ ପ୍ରଭାବ ପକାଇଛି । ଆମ ଦୁଇଦେଶର ସମ୍ପର୍କ ସୁଦୃଢ ହେଲେ ଶ୍ରୀଲଙ୍କା ମଧ୍ୟ ଏଥିରୁ ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ନୌସେବାର ସଫଳ ଉଦ୍‌ଘାଟନ ନିମନ୍ତେ ସେ ରାଷ୍ଟ୍ରପତି, ସରକାର ଓ ଶ୍ରୀଲଙ୍କା ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ରାମେଶ୍ୱରମ୍ ଓ ତଲାଇମାନାର ମଧ୍ୟରେ ନୌସେବା ପୁଣି ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଥିଲେ ।

ଆମର ଦ୍ୱିପାକ୍ଷିକ ସମ୍ପର୍କ ଅତୁଟ ରଖିବା ପାଇଁ ଭାରତ ଅଙ୍ଗୀକାରବଦ୍ଧ ଓ ଏହା ଆମ ଦୁଇଦେଶର ଜନସାଧାରଣଙ୍କ ନିମନ୍ତେ ହିତକର ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

*****

SM/SLP



(Release ID: 1967748) Visitor Counter : 72