ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ସ୍କ୍ୱାସ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 8:09PM by PIB Bhubaneswar

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ସ୍କ୍ୱାସ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା

କରିଛନ୍ତି । ଏହି ସଫଳତା ପାଇଁ ଦୀପିକା ପାଲିକଲ, ଜୋତ୍ସ୍ନା ଚିନାପ୍ପା, ଅନାହଟ୍ ସିଂ ଏବଂ ତନଭିଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆମ ସ୍କ୍ୱାସ୍ ମହିଳା ଟିମ୍ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଖୁସି । ଦୀପିକା ପାଲିକଲ, ଜୋତ୍ସ୍ନା ଚିନାପ୍ପା, ଅନାହଟ ସିଂ ଏବଂ ତନଭିଙ୍କୁ ମୋର ଅଭିନନ୍ଦନ । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।’

 

SR


(ରିଲିଜ ଆଡି: 1962570) ପରିଦର୍ଶକ କାଉଣ୍ଟର : 107