ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଗୋଆର ଅଗୌଡ଼ା ଫୋର୍ଟରେ ଭାରତୀୟ ପ୍ରକାଶ ସ୍ତମ୍ଭ ମହୋତ୍ସବର ଉଦଘାଟନ ପାଇଁ ସନ୍ତୋଷ ବ୍ୟକ୍ତ କଲେ
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2023 10:32PM by PIB Bhubaneswar
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ପ୍ରକାଶ ସ୍ତମ୍ଭଗୁଡ଼ିକ (ଲାଇଟ ହାଉସ) ପ୍ରତି ଲୋକଙ୍କର ବଢୁଥିବା ଉତ୍ସାହକୁ ଦେଖି ତାଙ୍କୁ ବହୁତ ଖୁସି ଅନୁଭବ ହେଉଛି ।
ଏକ ସିରିଜ ‘ଏକ୍ସ’ ପୋଷ୍ଟରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି ଯେ ସେ ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ଡ. ପ୍ରମୋଦ ପି ସାୱନ୍ତ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୱାଇ ନାୟକଙ୍କ ସହ ଗୋଆର ଅଗୌଡ଼ା ଫୋର୍ଟରେ ପ୍ରଥମ ଭାରତୀୟ ପ୍ରକାଶ ସ୍ତମ୍ଭ ମହୋତ୍ସବର ଉଦଘାଟନ କରିଛନ୍ତି ।
ଭାରତୀୟ ପ୍ରକାଶ ସ୍ତମ୍ଭ ମହୋତ୍ସବ ପ୍ରକାଶ ସ୍ତମ୍ଭଗୁଡ଼ିକର ସମାରୋହ ପାଳନ ପାଇଁ ଆୟୋଜିତ କରାଯାଉଛି, ଯାହା ସାମୁଦ୍ରିକ ନୌବହନର ଏକ ଜରୁରି ଅଂଶ । ଏହି ଅନନ୍ୟ ଢାଂଚା ପ୍ରାଚୀନ କାଳରୁ ଜାହାଜ ଏବଂ ପର୍ଯ୍ୟଟକଙ୍କୁ ନିଜର ରହସ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ କରୁଛି ।
କେନ୍ଦ୍ରମନ୍ତ୍ରୀଙ୍କ ଏକ୍ସ ପୋଷ୍ଟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଭାବେ ପ୍ରକାଶ ସ୍ତମ୍ଭଗୁଡ଼ିକ ପ୍ରତି ଲୋକଙ୍କର ବୃଦ୍ଧି ପାଉଥିବା ଉତ୍ସାହକୁ ଦେଖି ଆନନ୍ଦିତ ହେଲି । ମୁଁ ଏହି ବିଷୟ ଉପରେ ମନ କୀ ବାତ ବେଳେ ଏହା କହିଥିଲି ।’’
SR
(ରିଲିଜ ଆଡି: 1960858)
ପରିଦର୍ଶକ କାଉଣ୍ଟର : 125
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam