ଅର୍ଥ ମନ୍ତ୍ରଣାଳୟ

ଏଲ୍‌ଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ


ଏହି ଏଜେଣ୍ଟ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ, ରିନ୍ୟୁଆଲ କମିଶନ ପାଇଁ ଯୋଗ୍ୟ ହେବେ, ଟର୍ମ ବୀମା ସୁବିଧା ମିଳିବ ଏବଂ ସବୁ ଏଲଆଇସି କର୍ମଚାରୀ ସମାନ ହାରରେ ଫ୍ୟାମିଲି ପେନ୍‌ସନ୍ ସୁବିଧା ପାଇବେ

Posted On: 18 SEP 2023 2:04PM by PIB Bhubaneshwar

ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି) ର କର୍ମଚାରୀ ଓ ଏଜେଣ୍ଟମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ଦେଇ କହିଛି, ସମ୍ପୃକ୍ତ କର୍ମଚାରୀ ଓ ଏଜେଣ୍ଟମାନେ ପାଉଥିବା ସୁବିଧା ସୁଯୋଗର ସଂଶୋଧନ କରାଯାଇଛି । ଏଥିରେ ଏଲ୍‌ଆଇସି କର୍ମଚାରୀ ଓ ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ ଏବଂ ସେମାନେ ସମାନ ହାରରେ ପରିବାର ପେନ୍‌ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ । 

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

 ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ ।

ପୁନଃ ନିଯୁକ୍ତି ପାଇଥିବା ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ହେବେ । ଏହା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଏବେ ଏଲଆଇସି ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି ।

ଟର୍ମ ବୀମା ସୁବିଧା ଏଜେଣ୍ଟମାନଙ୍କ ପାଇଁ ୨୫ହଜାରରୁ ଦେଢଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୦୦୦ରୁ ୧୦ହଜାର ଟଙ୍କା ମଧ୍ୟରେ ସୀମିତ ଥିଲା । ଏହା ଫଳରେ କୌଣସି ଏଲଆଇସି ଏଜେଣ୍ଟଙ୍କର ମୃତ୍ୟୁ ଘଟିଲେ ତାଙ୍କ ପରିବାର ଅଧିକ ଅର୍ଥ ପାଇବେ ।

ଏଲଆଇସି କର୍ମଚାରୀଙ୍କ ପାଇଁ ପରିବାର ପେନ୍‌ସନ୍ ହାରକୁ ଏକ ପ୍ରକାର କରାଯାଇଛି । ଏଣିକି ସବୁ କର୍ମଚାରୀଙ୍କୁ ୩୦ଶତାଂଶ ହାରରେ ପରିବାର ପେନ୍‌ସନ୍ ମିଳିବ । 

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୩ଲକ୍ଷରୁ ଅଧିକ ଏଲ୍‌ଆଇସି ଏଜେଣ୍ଟ ଓ ଏକଲକ୍ଷରୁ ଅଧିକ ନିୟମିତ କର୍ମଚାରୀ ଉପକୃତ ହେବେ । ଏହି ପଦକ୍ଷେପ ଯୋଗୁଁ ଏଲଆଇସିର ଅଭିବୃଦ୍ଧି ମଧ୍ୟ ବଢିବ ଏବଂ ଦେଶରେ ଏହି ବୀମା ବ୍ୟବସ୍ଥାର ପ୍ରସାରକୁ ପ୍ରୋତ୍ସାହନ ମିଳିବ ।

*****

TKM/SLP



(Release ID: 1958637) Visitor Counter : 137