ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାମିଲନାଡୁର ତିରୁପଥୁରରେ ସଡକ ଦୁର୍ଘଟଣାରେ ହୋଇଥିବା ଜୀବନହାନୀ ପାଇଁ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପୀଡିତଙ୍କୁ ପ୍ରଧାନମନ୍ତ୍ରୀ ପିଏମଏନଆରଏଫ ରୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 11 SEP 2023 6:13PM by PIB Bhubaneswar

ତାମିଲନାଡୁର ତିରୁପାଥୁରରେ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନୀ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏମଏନଆରଏଫ ରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କା ଓ ଆହତମାନଙ୍କୁ 50,000 ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।  

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟର ରେ ପୋଷ୍ଟ କରାଯାଇଛି;

“ତାମିଲନାଡୁର ତିରୁପାଥୁରରେ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନୀ ପାଇଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ 50 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ PM @narendramodi ”

BS


(ରିଲିଜ ଆଡି: 1956458) ପରିଦର୍ଶକ କାଉଣ୍ଟର : 165