ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ଶିଖର ସମ୍ମିଳନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତ୍ୟବର ମୂଳ ପାଠ

Posted On: 09 SEP 2023 8:38PM by PIB Bhubaneshwar

ଆମେ ବର୍ତ୍ତମାନ ଏକ ଖୁସି ଖବର ପାଇଛୁ ଆମ ଟିମର କଠିନ ପରିଶ୍ରମ ଏବଂ ଆପଣସମସ୍ତଙ୍କ ସମର୍ଥନ ଯୋଗୁଁ, ନୂଆଦିଲ୍ଲୀ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀର ଘୋଷଣାନାମା ଉପରେ ସହମତି ପ୍ରକାଶ ପାଇଛି

ମୋର ପ୍ରସ୍ତାବ ହେଉଛି ଯେ ଆମେ ମଧ୍ୟ ଏହି ନେତାଙ୍କ ଘୋଷଣାନାମାକୁ ଆପଣାଇବା। ମୁଁ ଏହି ଘୋଷଣାକୁ ଗ୍ରହଣ କରିବାକୁ ଘୋଷଣା କରୁଛି

ଏହି ଅବସରରେ ମୁଁ ଆମର ମନ୍ତ୍ରୀ ଶେର୍ପା ଏବଂ ସମସ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଯେଉଁମାନେ ଏହାକୁ ସଫଳ କରିବା ପାଇଁ ବହୁତ ପ୍ରୟାସ କରିଛନ୍ତି ଏବଂ ସେଥିପାଇଁ ସେମାନେ ମଧ୍ୟ ମଧ୍ୟ ସମସ୍ତେ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି

ମହାରାଜ,

ମହାମହିମ,

ହଜାର ହଜାର ବର୍ଷ ପୂର୍ବେ ରଚିତ ଆମର ପ୍ରାଚୀନ ବେଦଗୁଡ଼ିକରେ କୁହାଯାଇଛି- “ଏକୋ ଅହମ୍ ବହୁୟାମ”।

ଏହାର ଅର୍ଥ ହେଉଛି, “ମୁଁ ଜଣେ; ମୋତେ ଅନେକ ହେବାକୁ ଦିଅ।”

ଆମକୁ, ନବ ପ୍ରବର୍ତ୍ତନ ଏବଂ ଉପଯୋଗୀ ସମାଧାନ ପାଇଁ ଆମକୁ "ମୁଁ"ରୁ "ଆମେ"କୁ ବଢ଼ିବାର ଆବଶ୍ୟକତା ରହିଛି।

"ମୁଁ"ରୁ "ଆମେ",

ଏହାର ନିଜଠାରୁ ସମଗ୍ର ବିଷୟରେ ଚିନ୍ତା କରିବା,

କେବଳ "ମୁଁ" ପରିବର୍ତ୍ତେ "ଆମେ" ଭଲ।

ଆମକୁ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ

ଆମକୁ ବିଶ୍ୱର ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସମାଜ ଏବଂ ପ୍ରତ୍ୟେକ ଅଞ୍ଚଳକୁ ଯୋଡ଼ିବା ଆବଶ୍ୟକ

ଏବଂ ଏହା ହେଉଛି ଏକ ପରିବାର ଧାରଣାର ସାର

ଯେପରି ପ୍ରତ୍ୟେକ ପରିବାରର ନିଜସ୍ୱ ସମର୍ଥନ ବ୍ୟବସ୍ଥା ଅଛି, ସେହିଭଳି ଆମକୁ ମିଳିମିଶି ଏକ ବିଶ୍ୱସ୍ତରୀୟ ସମର୍ଥନ ବ୍ୟବସ୍ଥା ନିର୍ମାଣ କରିବାକୁ ପଡିବ |

ଆମେ ଏହି ମାନସିକତା ବିକଶିତ କରିବା ଉଚିତ ଯେ ଅନ୍ୟ କାହାର ଖୁସି ଆମକୁ ଖୁସି କରିବ ଏବଂ ଅନ୍ୟ କାହାର ଦୁଃଖ ଆମକୁ ସେତିକି ସମାନ ଭାବରେ ଦୁଃଖୀ କରିବ |

ଯେତେବେଳେ ଆମେ ଗୋଟିଏ ପରିବାର ଭାବରେ ଚିନ୍ତା କରୁ, ସେତେବେଳେ ଆମେ ପ୍ରତ୍ୟେକ ସଦସ୍ୟଙ୍କୁ କିପରି ସଶକ୍ତ କରିପାରିବା ତାହା ମଧ୍ୟ ଧ୍ୟାନରେ ରଖିଥାଉ

ଏହି ଭାବନାରେ ହିଁ ଭାରତ ନିଜର ପ୍ରତ୍ୟେକ ଅନୁଭୂତିକୁ ନିଜର ବିଶାଳ ବିଶ୍ୱ ପରିବାର ସହ ବାଣ୍ଟିବାକୁ ଚାହୁଁଛି

ଭାରତରେ ଆମେ ବିକାଶକୁ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଏକ ସେତୁ ଭାବରେ ଗ୍ରହଣ କରିଛୁ

ବ୍ୟାଙ୍କ ଆକାଉଣ୍ଟ, ଆଧାର ପରିଚୟ ଏବଂ ମୋବାଇଲ ଫୋନ୍ ଜେଏଏମ ଟ୍ରିନିଟି ସହିତ ଅନ୍ତର୍ଭୁକ୍ତୀକରଣ, ସ୍ୱଚ୍ଛତା ଏବଂ ଟାର୍ଗେଟେଡ୍ ହସ୍ତକ୍ଷେପ ପାଇଁ ଭାରତ ଏକ ନୂତନ ମଡେଲ୍ ବିକଶିତ କରିଛି

ବିଶ୍ୱ ବ୍ୟାଙ୍କ ଏହା ମଧ୍ୟ ସ୍ୱୀକାର କରିଛି ଯେ ଜେଏଏମ ଟ୍ରିନିଟି ମାତ୍ର ବର୍ଷମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ହାର ହାସଲ କରିଛି ଯାହା ହାସଲ କରିବାକୁ ୪୭ ବର୍ଷ ସମୟ ଲାଗିଥାନ୍ତା

ଏହି ମଡେଲକୁ ବ୍ୟବହାର କରି ଭାରତ ଗତ ଏକ ଦଶନ୍ଧି ମଧ୍ୟରେ ଆବଶ୍ୟକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୩୬୦ ବିଲିୟନ ଡଲାର ଟ୍ରାନ୍ସଫର କରିଛି

ଏହା ଦ୍ୱାରା ପ୍ରାୟ ୩୩ ବିଲିୟନ ଡଲାର ଲିକେଜ୍ କୁ ରୋକାଯାଇପାରିଛି, ଯାହା କି ଜିଡିପିର ପ୍ରାୟ .୨୫% ଅଟେ

ନିଶ୍ଚିତ ଭାବରେ, ଏହି ମଡେଲ୍ ବିଶ୍ୱ ପରିବାର ପାଇଁ, ବିଶେଷକରି ଗ୍ଲୋବାଲ ସାଉଥ୍ ପାଇଁ ବହୁତ ଲାଭଦାୟକ ହୋଇପାରେ

ବନ୍ଧୁଗଣ,

ଭାରତର ଯୁବବର୍ଗ, ଆମର ଯୁବ ପ୍ରତିଭା ମଧ୍ୟ ଏକ ପରିବାର ଆକାରରେ ବିଶ୍ୱ ମଙ୍ଗଳ ପାଇଁ ମଧ୍ୟ ଅଟେ

ଆଗାମୀ ଦିନରେ ବୈଶ୍ବିକ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଏକ ବିଶାଳ ଦକ୍ଷ ଯୁବ ପ୍ରତିଭା ପୁଲ୍ ରହିବା ଅତ୍ୟନ୍ତ ଜରୁରୀ

ତେଣୁ ଆମକୁ "ଗ୍ଲୋବାଲ ସ୍କିଲ୍ ମ୍ୟାପିଂ" ଦିଗରେ ଅଗ୍ରସର ହେବା ଦରକାର

ଏହା ମଧ୍ୟ ଗ୍ଲୋବାଲ ସାଉଥ ପାଇଁ ଏକ ପ୍ରାଥମିକତା ଅଟେ

ବନ୍ଧୁଗଣ,

ଗୋଟିଏ ପରିବାର ବିଷୟରେ କହିବା ସମୟରେ ବେଳେ ଆମକୁ ଆମ ଗ୍ଲୋବାଲ ଫ୍ୟାମିଲି ପାଇଁ ଆସୁଥିବା ଆହ୍ବାନକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ

ଆମେ ଦେଖିଛୁ ଯେ ଯେତେବେଳେ କୋଭିଡ୍ ଆକାରରେ ଏକ ବିରାଟ ବୈଶ୍ବିକ ଆହ୍ୱାନ ଆସିଲା, ସେତେବେଳେ ଦଶନ୍ଧି ଧରି ଗଢ଼ି ଉଠିଥିବା ବିଶ୍ୱ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ ହୋଇଥିଲା

ଗୋଟିଏ ପରିବାରର ଧାରଣା ଅଧୀନରେ, ଆଜି ଆମକୁ ଏକ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ବିଶ୍ୱାସ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଥାଏ

ଏହା ଆମର ସାମୂହିକ ଦାୟିତ୍ୱ ଅଟେ

ଆମେ ଦେଶ ଏବଂ ମାନବିକତାକୁ କେବଳ ବଜାର ଭାବରେ ଦେଖିପାରିବା ନାହିଁ

ଆମକୁ ଏକ ସମ୍ବେଦନଶୀଳ ଏବଂ ଦୀର୍ଘମିଆଦୀ ଆଭିମୁଖ୍ୟ ଆବଶ୍ୟକତା ରହିଛି

ବିକାଶଶୀଳ ଦେଶଗୁଡ଼ିକର ଦକ୍ଷତା ବିକାଶ ଉପରେ ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ

ତେଣୁ ମ୍ୟାପିଂ ଢାଞ୍ଚା ପାଇଁ ଭାରତର ପ୍ରସ୍ତାବ ବର୍ତ୍ତମାନର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବାରେ ସହାୟକ ହେବ

ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଅନ୍ତର୍ଭୁକ୍ତ କରିବାକୁ ହେଲେ ଆମକୁ କ୍ଷୁଦ୍ର ବ୍ୟବସାୟୀଙ୍କ ସକ୍ରିୟ ଭୂମିକାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ

ଏହା ଜରୁରୀ ଯେ ସେମାନଙ୍କର ବଜାର ଏବଂ ସୂଚନା ପର୍ଯ୍ୟନ୍ତ ପହଂଚିବା ଏବଂ ସେମାନଙ୍କ ପାଇଁ ବାଣିଜ୍ୟ ଖର୍ଚ୍ଚ ହ୍ରାସ ପାଇବ

ବନ୍ଧୁଗଣ,

ଏକ ପରିବାରର ମନ୍ତ୍ରକୁ ଜାରି ରଖି, ଆମକୁ ବିକାଶଶୀଳ ଦେଶଗୁଡ଼ିକ ସମ୍ମୁଖରେ ଆସୁଥିବା ଋଣ ସଙ୍କଟକୁ ମଧ୍ୟ ସମ୍ବେଦନଶୀଳତାର ସହ ସମାଧାନ କରିବାକୁ ହେବ

ଆମକୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ପଡ଼ିବ ଯାହା ସଙ୍କଟରେ ଥିବା ଦେଶଗୁଡ଼ିକୁ ଏହାର ମୁକାବିଲା କରିବାକୁ ଅନୁମତି ଦେବ ଏବଂ ଏହା ସୁନିଶ୍ଚିତ କରିବ ଯେ ଏଭଳି ସଙ୍କଟ ଆଉ କେବେ ଘଟିବ ନାହିଁ

ମୁଁ ଆନନ୍ଦିତ ଯେ ଏହି ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ବୃଦ୍ଧି ପାଇଁ "ନିରନ୍ତର ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଯୋଜନା" ଅଧୀନରେ ଏକ ଚୁକ୍ତି ହୋଇଛି

ଏଥିପାଇଁ ମୁଁ ଆପଣସମସ୍ତଙ୍କୁ କୃତଜ୍ଞତା ଜଣାଉଛି

ବନ୍ଧୁଗଣ,

"ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ” ବ୍ୟବସ୍ଥା ପାଇଁ ଏକ ପରିବାର ଆଭିମୁଖ୍ୟ ସମାନ ଭାବରେ ଜରୁରୀ ଅଟେ

ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଡବ୍ଲ୍ୟୁଏଚଓ ଗ୍ଲୋବାଲ ସେଣ୍ଟର ଫର ପାରମ୍ପରିକ ମେଡିସିନ ବିଶ୍ୱବ୍ୟାପୀ ସୁସ୍ଥତାର ପ୍ରୋତ୍ସାହନକୁ ସୁଦୃଢ଼ କରିବ

ମୁଁ ଆଶା କରୁଛି ଯେ ଆମେ ଖୁବ୍ ଶୀଘ୍ର ପାରମ୍ପରିକ ଚିକିତ୍ସା ଔଷଧ ପାଇଁ ଏକ ବିଶ୍ୱସ୍ତରୀୟ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରୟାସ କରିବୁ

ବନ୍ଧୁଗଣ,

ପୃଥିବୀର ପ୍ରତ୍ୟେକ ସମାଜରେ ମା' ହେଉଛନ୍ତି ପରିବାରର ପରିଚାଳକ ଶକ୍ତି ଅଟନ୍ତି।

ଆଜି ଭାରତରେ ସବୁ କ୍ଷେତ୍ରରେ ମହିଳାଙ୍କ ନେତୃତ୍ବ ଦେଖିବାକୁ ମିଳୁଛି

ଭାରତରେ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ସ୍ନାତକକରେ ମଧ୍ୟରୁ ପ୍ରାୟ ୪୫% ହେଉଛନ୍ତି ମହିଳା

ଆଜି ଭାରତର ମହାକାଶ କାର୍ଯ୍ୟକ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ କୁ ଆମର ମହିଳା ବୈଜ୍ଞାନିକମାନେ ପରିଚାଳନା କରୁଛନ୍ତି

ଆଜି ଭାରତର ଗ୍ରାମରେ ପ୍ରାୟ ୯୦ ନିୟୁତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଭିଯାନରେ ସାମିଲ ହୋଇ କ୍ଷୁଦ୍ର ବ୍ୟବସାୟକୁ ଆଗେଇ ନେଉଛନ୍ତି

ମୁଁ ବିଶ୍ୱାସ କରେ ଯେ ଏକବିଂଶ ଶତାବ୍ଦୀରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ହେବ

ବନ୍ଧୁଗଣ,

ଏହି ଏକ ପରିବାର ଅଧିବେଶନରେ ମୁଁ ଆପଣମାନଙ୍କ ସମ୍ମୁଖରେ ତିନୋଟି ପରାମର୍ଶ ଉପସ୍ଥାପନ କରିବାକୁ ଚାହୁଁଛି

ପ୍ରଥମତଃ, ଆମେ ବିଶ୍ୱର ଶୀର୍ଷ କ୍ରୀଡ଼ା ଲିଗଗୁଡ଼ିକୁ ଅନୁରୋଧ କରିପାରିବା ଯେ ସେମାନେ ସେମାନଙ୍କ ରୋଜଗାରର % ଗ୍ଲୋବାଲ୍ ସାଉଥର ଦେଶମାନଙ୍କରେ ମହିଳାମାନଙ୍କ ପାଇଁ କ୍ରୀଡ଼ା ଭିତ୍ତିଭୂମିରେ ବିନିଯୋଗ କରନ୍ତୁ

ଏହା ବିଶ୍ୱସ୍ତରରେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପର ଏକ ନୂଆ ମଡେଲ୍ ଭାବେ କାମ କରିପାରିବ

ଦ୍ବିତୀୟତଃ, ସମସ୍ତ ଦେଶ ଯେପରି ବିଭିନ୍ନ ବର୍ଗର ଭିସା ପ୍ରଦାନ କରନ୍ତି, ସେହିଭଳି ଆମେ ଏକ ସ୍ୱତନ୍ତ୍ର ବର୍ଗ ଭାବରେ "ଜି-୨୦ ଟ୍ୟାଲେଣ୍ଟ ଭିସା" ପ୍ରତିଷ୍ଠା କରିପାରିବା

ଆମର ଶୀର୍ଷ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତିଭାମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁଯୋଗ ଖୋଜିବା ପାଇଁ ଏହି ପ୍ରକାର ଭିସା ଅତ୍ୟନ୍ତ ଲାଭଦାୟକ ହୋଇପାରେ | ସେମାନଙ୍କ ପ୍ରତିଭା ଏବଂ ପ୍ରୟାସ ଆମ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ |

ତୃତୀୟତଃ ଡବ୍ଲ୍ୟୁଏଚଓର ତତ୍ତ୍ୱାବଧାନରେ ଗ୍ଲୋବାଲ ବାୟୋ-ବ୍ୟାଙ୍କ ପ୍ରତିଷ୍ଠା ଉପରେ ଆମେ ବିଚାର କରିପାରିବା

ଏହି ବାୟୋବ୍ୟାଙ୍କଗୁଡ଼ିକ ବିଶେଷ କରି ହୃଦରୋଗ, ସିକଲ୍ ସେଲ୍ ଆନିମିଆ, ଏଣ୍ଡୋକ୍ରାଇନ୍ ଡିସଅର୍ଡର ସ୍ତନ କର୍କଟ ଭଳି ରୋଗ ଉପରେ ଧ୍ୟାନ ଦେଇପାରିବେ

ଭାରତରେ ଏଭଳି ଗ୍ଲୋବାଲ ବାୟୋ-ବ୍ୟାଙ୍କ ପ୍ରତିଷ୍ଠା ଆମକୁ ବହୁତ ସନ୍ତୋଷ ଆଣିଦେବ

ବନ୍ଧୁଗଣ,

ଏବେ ମୁଁ ଆପଣ ମାନଙ୍କ ଠାରୁ ଶୁଣିବାକୁ ଚାହଁଛି।

ଅସ୍ୱୀକାର - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତିର ଆନୁମାନିକ ଅନୁବାଦ ମୂଳ ପ୍ରେସ୍ ବିବୃତି ହିନ୍ଦୀରେ ପ୍ରଦାନ କରାଯାଇଥିଲା

 

*******

NS/MB



(Release ID: 1956428) Visitor Counter : 159