ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଐତିହାସିକ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ
Posted On:
09 SEP 2023 6:49PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗ ଦେଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ହରଦୀପ ପୁରୀଙ୍କ ଦ୍ୱାରା ଏକ୍ସ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;
ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମର ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ।
ଏହି ମେଣ୍ଟରେ ସାମିଲ ହୋଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।
******
P.S.
(Release ID: 1955920)
Visitor Counter : 150
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Kannada
,
Malayalam