ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଜଗନ୍ନାଥ ଜି-୨୦ରେ ଭାଗ ନେବା ପାଇଁ ଅତିଥି ଦେଶ ଭାବେ ନିମନ୍ତ୍ରଣ କରିଥିôବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେମାନେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି ।

ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାକାଶ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆଶା କରିଛନ୍ତି

Posted On: 08 SEP 2023 9:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି

ଅତଥି ଦେଶଭାବେ ଜି-୨୦ ଫର୍ମାଟରେ ଅଂଶଗ୍ରହଣ କରିବା ଲାଗି ମରିସସକୁ ବିଶେଷ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତର ଅଧ୍ୟକ୍ଷତାରେ ଜି-୨୦ର ବିଭିନ୍ନ ୱାର୍କିଂ ଗ୍ରୁପ୍ ଏବଂ ମନ୍ତ୍ରୀସ୍ତରୀୟ ବୈଠକରେ ମରିସସର ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବର୍ଷ ପାଳନ ଅବସରରେ ଜି-୨୦ରେ ଯୋଗଦେବାକୁ ନେଇ ଉଭୟ ନେତା ଖୁସି ବ୍ୟକ୍ତ କରିଛନ୍ତି ଦୁଇ ନେତା ଭାରତ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଥିଲେ ଗତବର୍ଷରେ ୩୦ରୁ ଅଧିକ ପ୍ରତିନିଧିଙ୍କ ଗସ୍ତ ଏବଂ ୨୩ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ସହ ସେମାନେ ଦ୍ୱିପାକ୍ଷିକ ବିନିମୟର ଦ୍ରୁତ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ

ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାକାଶ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆଶା କରିଛନ୍ତି

 

SR



(Release ID: 1955722) Visitor Counter : 135