ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
azadi ka amrit mahotsav

ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍‌)ର ସମୀକ୍ଷା


ମଜୁରି ପ୍ରଦାନର ମିଳିତ ମାର୍ଗ (ଏନ୍‌ଏସିଏଚ ଓ ଏବିପିଏମ୍‌)ର ପ୍ରୟୋଗ ସୁବିଧାକୁ ଅନ୍ୟାଦେଶ କିମ୍ବା ୨୦୨୩ ଡିସେମ୍ବର ୩୧ତାରିଖ ଯାଏ ବଢାଇ ଦିଆଯାଇଛି

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସ୍ପଷ୍ଟ କରି ଦିଆଯାଇଛି ଯେ ହିତାଧିକାରୀ, ଯେଉଁମାନେ କାମ କରିବାକୁ ଆସୁଛନ୍ତି ସେମାନଙ୍କୁ ଆଧାର ନମ୍ବର ଦେବାକୁ ଅନୁରୋଧ କରାଯିବ ଏବଂ ଏହି କାରଣରୁ କାମରୁ ବଞ୍ଚିତ କରାଯାଇପାରିବ ନାହିଁ

Posted On: 30 AUG 2023 11:34AM by PIB Bhubaneshwar

ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବାକୁ ଆସୁଥିବା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିବାରେ ବିଳମ୍ବ ଘଟୁଥିବା ଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା । ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କର ପ୍ରୋଗ୍ରାମ ଅଫିସରଙ୍କ ଉପରେ ନ୍ୟସ୍ତ । ତେବେ ହିତାଧିକାରୀ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଠିକ୍ ସମୟରେ ନିଜର ନୂଆ ଆକାଉଣ୍ଟ ନମ୍ବର ଦାଖଲ ନ କରିବାରୁ ତାହା ଅପଡେଟ୍ ହୋଇ ପାରୁନାହିଁ । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମଜୁରି ବାବଦ ପ୍ରାପ୍ୟ ପଠାଇବା ସମ୍ଭବ ହେଉନି । ପୁରୁଣା ଆକାଉଣ୍ଟରେ ସେ ଟଙ୍କା ପଠାଇଲେ ତାହା ଫେରିଆସୁଛି ।

ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ଏହା ଜଣାପଡିଲା ଯେ ଏହି ଅସୁବିଧାକୁ ଦୂର କରିବାକୁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍ ) ଶ୍ରମିକ /ହିତାଧିକାରୀଙ୍କୁ ମଜୁରି ପ୍ରଦାନ କରିବାରରଶ୍ରେଷ୍ଠ ମାର୍ଗ । ଏହା ମାଧ୍ୟମରେ ଡିବିଟି ବ୍ୟବସ୍ଥାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ । ଏହା ଫଳରେ ହିତାଧିକାରୀଙ୍କୁ ଠିକ୍ ସମୟରେ ସେମାନଙ୍କ ମଜୁରି ମିଳିବ ।

ସ୍କିମ୍ ଡାଟାବେସ୍‌ରେ ଥରେ ଆଧାର ଅପଟେଡ୍ ହୋଇଗଲେ ହିତାଧିକାରୀ ନିଜର କର୍ମସ୍ଥଳ ବଦଳ କଲେ ବାରମ୍ବାର ବ୍ୟାଙ୍କ ଆକାଉଣ୍ଟ ଅପଡେଟ ବା ବଦଳାଇବାର ଆବଶ୍ୟକତା ପଡିବ ନାହିଁ । ଆଧାର ସମ୍ପୃକ୍ତ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ବା ଖାତାକୁ ହିତାଧିକାରୀଙ୍କ ମଜୁରି ସିଧାସଳଖ ପଠାଯାଇପାରିବ । ଯାହାର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବ (ଏହା ଅବଶ୍ୟ ଏମ୍‌ଜିନରେଗା ଭଳି ଯୋଜନାରେ ବିରଳ) ତାଙ୍କୁ ନିଜ ଆକାଉଣ୍ଟକୁ ବାଛିବାକୁ ପଡିବ ।

ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ (ଏନ୍‌ପିସିଆଇ)ର ଡାଟା ଅନୁସାରେ ଯେଉଁଠି ଆଧାର ଡିବିଟ ସହିତ ଲିଙ୍କ ହୋଇଛି ସେଠାରେ ମଜୁରୀ ପ୍ରେରଣ ଜନିତ ସଫଳତା ୯୯.୫୫% ବା ତା’ଠାରୁ ଅଧିକ । ଆକାଉଣ୍ଟଭିତ୍ତିକ ପେମେଣ୍ଟ ବ୍ୟବସ୍ଥାରେ ଏହି ସଫଳତା ହାର ପ୍ରାୟ ୯୮% । ଏପିବିଏସ୍ ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କ ମଜୁରି ପାଇବାରେ ସାହାଯ୍ୟ କରୁଛି । ଏହା ଦ୍ୱାରା ନକଲି ହିତାଧିକାରୀ ଧରା ପଡୁଛନ୍ତି ଓ ପ୍ରାପ୍ୟ ପ୍ରଦାନରେ ଦୁର୍ନୀତି ସୁଯୋଗ ରହୁନାହିଁ ।

ଏମ୍‌ଜିନରେଗାରେ ଆଧାରଭିତ୍ତିକ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନ ଥିଲା । ଏଥିରେ ଆଧାର ଭିତ୍ତିକ ପେମେଣ୍ଟ ବ୍ରିଜ ସିଷ୍ଟମ କାର୍ଯ୍ୟକାରୀ ହେଉଥିଲା । ଆଧାରଭିତ୍ତିକ ପେମେଣ୍ଟ ସିଷ୍ଟମ (ଏବିପିଏସ୍‌)ର ସମୀକ୍ଷା କରାଯାଇଛି । ଏବେ ମଜୁରି ପ୍ରଦାନର ମିଳିତ ମାର୍ଗ ଯଥା ଏନ୍‌ଏସିଏଚ୍ ଓ ଏବିପିଏସ୍ ରୁଟ୍‌କୁ ୨୦୨୩ ଡିସେମ୍ବର ୩୧ବା ଅନ୍ୟାଦେଶ ପର୍ଯ୍ୟନ୍ତ ବ୍ୟବହାର କରିବାର ସମୟ ମିଆଦ ବଢାଇ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସ୍ପଷ୍ଟ କରିଦିଆଯାଇଛି ଯେ ଯେଉଁ ହିତାଧିକାରୀମାନେ କାମ ପାଇଁ ଆସିବେ ସେମାନଙ୍କୁ ‘ଆଧାର’ ନମ୍ବର ଦେବାକୁ ଅନୁରୋଧ କରାଯିବ ଏବଂ ସେଥିପାଇଁ କାମରୁ ବଂଚିତ କରାଯାଇପାରିବ ନାହିଁ । ଯଦି ଜଣେ ହିତାଧିକାରୀ କାମ ମାଗୁନାହିଁ, ସେ କ୍ଷେତ୍ରରେ ଏପିବିଏସ୍ ପାଇଁ ତାହାର ଯୋଗ୍ୟତା ଓ ଭବିଷ୍ୟତରେ କାମ କରିବାର ଦାବି ପ୍ରଭାବିତ ହେବ ନାହିଁ । କାମ କରିବା ବାଲା ଏପିବିଏସ ପାଇଁ ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ତାହାର ଜବ୍‌କାର୍ଡକୁ ଡିଲିଟ କରି ହେବନାହିଁ ।

ଏମ୍‌ଜିନରେଗାରେ ୨୦୧୭ରୁ ଏପିବିଏସ୍ ବ୍ୟବହୃତ ହେଉଛି । ଏବେ ପ୍ରାୟ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଆଧାର ନମ୍ବର ମିଳିଥିବାରୁ ଏବେ ଭାରତ ସରକାର ଏହି ଯୋଜନାରେ ଏପିବିଏସ୍‌ର ବ୍ୟବହାରକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅତଏବ ଯେଉଁ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଏପିବିଏସ୍ ସହିତ ସଂଯୁକ୍ତ ମଜୁରି ସିଧାସଳଖ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତରେ ପହଞ୍ଚିବ । ଏହା ଏକ ନିରାପଦ, ତ୍ୱରିତ ଅର୍ଥ ପ୍ରେରଣ ମାଧ୍ୟମ । ଏଥିରେ ବାଟମାରଣା ବା ଅର୍ଥ ହେରଫେରର ସମ୍ଭାବନା ନାହିଁ ।

ମୋଟ ୧୪.୩୩ କୋଟି ସକ୍ରିୟ ହିତାଧିକାରୀଙ୍କ ମଧ୍ୟରୁ ୧୩.୯୭କୋଟି ଆଧାରରକୁ ଅଥେଣ୍ଟିକେଟ୍ କରାଯାଇଛି । ଏହା ଫଳରେ ୮୧. ୮୯% ସକ୍ରିୟ ଶ୍ରମିକ ଏପିବିଏସ୍ ପାଇଁ ଯୋଗ୍ୟ ହୋଇଛନ୍ତି ।

୨୦୨୩ ଜୁଲାଇରେ ପ୍ରାୟ ୮୮. ୫୧% ମଜୁରୀ ଏପିବିଏସ୍ ବ୍ୟବସ୍ଥାରେ ଶ୍ରମିକ/ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ।

 ଏମ୍‌ଜିନରେଗା ଏକ ଚାହିଦା ଭିତ୍ତିକ ଯୋଜନା । ଏହା ବିଭିନ୍ନ ପ୍ରକାରର ଅର୍ଥନୀତିକ କାରଣଣୁ ପ୍ରଭାବିତ ହୋଇଥାଏ । ତଥାପି ଏହି ହିତାଧିକାରୀଙ୍କୁ ମଜୁରୀ ସୁବିଧାରେ ପ୍ରଦାନ କରିବାକୁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ କେବଳ ଏକ ମାର୍ଗ, ଯାହା ମାଧ୍ୟମରେ ହିତାଧିକାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ମଜୁରି ସିଧାସଳଖ ଯାଇଥାଏ ।

*****

TKM/SLP


(Release ID: 1953659) Visitor Counter : 321