ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଲାମାନଙ୍କ ସହ ରକ୍ଷାବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ


ବିଭିନ୍ନ ପ୍ରସଙ୍ଗରେ ପିଲାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପିଲାମାନେ ଚନ୍ଦ୍ରଯାନ-୩ର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ

Posted On: 30 AUG 2023 3:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି ।

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିଲାମାନେ ଚନ୍ଦ୍ରଯାନ-୩ ମିଶନର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ ।

ଆଲୋଚନା ସମୟରେ ପିଲାମାନେ କବିତା ପାଠ କରିବା ସହ ଗୀତ ଗାଇଥିଲେ। ସେମାନଙ୍କ ବକ୍ତବ୍ୟରେ ପ୍ରଭାବିତ ହୋଇ ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ ଯୋଜନା ସମେତ ବିଭିନ୍ନ ବିଷୟ ଉପରେ କବିତା ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ । ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଉତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବୃନ୍ଦାବନର ବିଧବା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

HS



(Release ID: 1953570) Visitor Counter : 116