ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ୟୁଏଇ ରାଷ୍ଟ୍ରପତି ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଲେ ଏବଂ ଜି-୨୦ ସମ୍ମିଳନୀରେ ତାଙ୍କୁ ସ୍ୱାଗତ କରିବାକୁ ଉତ୍ସୁକ ଥିବା ଜଣାଇଲେ

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2023 9:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟନଙ୍କ ସହ ଫୋନରେ କଥା ହୋଇଛନ୍ତି ।

ୟୁଏଇ ରାଷ୍ଟ୍ରପତି ଭାରତର ଚନ୍ଦ୍ରଯାନ-୩ ମିଶନ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଚନ୍ଦ୍ରଯାନ ସଫଳତା ସମଗ୍ର ମାନବିକତା ବିଶେଷ କରି ଗ୍ଲୋବାଲ ସାଉଥର ସଫଳତା ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଭାରତରେ ସ୍ୱାଗତ କରିବାକୁ ଉତ୍ସୁକ ଥିବା କହିଛନ୍ତି ।

SR


(ରିଲିଜ ଆଡି: 1951891) ପରିଦର୍ଶକ କାଉଣ୍ଟର : 179