ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ୟୁଏଇ ରାଷ୍ଟ୍ରପତି ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଲେ ଏବଂ ଜି-୨୦ ସମ୍ମିଳନୀରେ ତାଙ୍କୁ ସ୍ୱାଗତ କରିବାକୁ ଉତ୍ସୁକ ଥିବା ଜଣାଇଲେ
ପୋଷ୍ଟ କରାଯିବା ଦିନାଙ୍କ:
24 AUG 2023 9:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟନଙ୍କ ସହ ଫୋନରେ କଥା ହୋଇଛନ୍ତି ।
ୟୁଏଇ ରାଷ୍ଟ୍ରପତି ଭାରତର ଚନ୍ଦ୍ରଯାନ-୩ ମିଶନ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଚନ୍ଦ୍ରଯାନ ସଫଳତା ସମଗ୍ର ମାନବିକତା ବିଶେଷ କରି ଗ୍ଲୋବାଲ ସାଉଥର ସଫଳତା ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଭାରତରେ ସ୍ୱାଗତ କରିବାକୁ ଉତ୍ସୁକ ଥିବା କହିଛନ୍ତି ।
SR
(ରିଲିଜ ଆଡି: 1951891)
ପରିଦର୍ଶକ କାଉଣ୍ଟର : 136
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam