ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରସିଦ୍ଧ ରକେଟ୍ ବୈଜ୍ଞାନିକ ତଥା ଗାଲାକ୍ଟିକ୍ ଏନର୍ଜି ଭେଞ୍ଚରର ପ୍ରତିଷ୍ଠାତା ଶ୍ରୀ ସିଆବୁଲେଲା ଜୁଜାଙ୍କ ବୈଠକ

Posted On: 24 AUG 2023 11:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗରେ ପ୍ରସିଦ୍ଧ ରକେଟ୍ ବୈଜ୍ଞାନିକ ତଥା ଗାଲାକ୍ଟିକ୍ ଏନର୍ଜି ଭେଞ୍ଚରର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଆବୁଲେଲା ଜୁଜାଙ୍କୁ ସାକ୍ଷାତ କରିଛନ୍ତି ।

ଚନ୍ଦ୍ରଯାନ-3 ମିଶନର ସଫଳତା ପାଇଁ ଶ୍ରୀ ଜୁଜା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଡିଜିଟାଲ୍ ଇଣ୍ଡିଆକୁ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି ଏବଂ ଭାରତରେ ଚାଲିଥିବା ତାଙ୍କର ପ୍ରକଳ୍ପଗୁଡିକ ଉପରେ ଆଲୋକପାତ କରିଥିଲେ।

ଉର୍ଜ୍ଜାର ଭବିଷ୍ୟତ ଏବଂ ସ୍ଥାୟୀ ସମାଧାନ ବାହାର କରିବା ସମ୍ବନ୍ଧୀୟ ବିଷୟଗୁଡ଼ିକ ସଂପର୍କରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା।

***** 

AH



(Release ID: 1951886) Visitor Counter : 112